ଘରେ ପଶି କଲେଜ ଛାତ୍ରୀଙ୍କ ହାତଗୋଡ଼ ବାନ୍ଧି କିରୋସିନ୍‌ ଢ଼ାଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଉଦ୍ଧାର ପରେ ଏସ୍‌ସିବି ସ୍ଥାନାନ୍ତର

କଟକ ଅଫିସ,୨୫।୨: କଟକ ଜିଲା ମାନସିଂପାଟଣା ମସ୍ତରାମ ମଠ ଗଳିରେ ଥିବା ଏକ ଭଡ଼ାଘରେ ଜଣେ କଲେଜ ଛାତ୍ରୀଙ୍କ ହାତ ଗୋଡ଼ ବାନ୍ଧି କିରୋସିନ ଢ଼ାଳି ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ। ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ରୁ ୧୨ରେ ଘଟଣା ଘଟିଥିବା ବେଳେ ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ଉକ୍ତ ଭଡାଘରେ ଘର ମାଲିକ ଉପରେ ରହୁଥିବା ବେଳେ ତଳେ ଭଡାଟିଆମାନେ ରହୁଥିଲେ। ସେଠାରେ ଛାତ୍ରୀଙ୍କ ପରିବାର ମଧ୍ୟ ରହୁଥିଲେ। ତାଙ୍କ ବାପା ଅଟୋ ଚଲାଉ ଥିବା ବେଳେ ମା’ ଗୃହିଣୀ। ସକାଳେ ଝିଅ କଲେଜରୁ ଫେରିବା ପରେ ମା’ ଘର ବାହାରପଟୁ ତାଲା ଦେଇ ନିକଟସ୍ଥ ମନ୍ଦିରକୁ ଯାଇଥିଲେ। ବାପା କାମରେ ଭୁବନେଶ୍ୱର ଯାଇଥିଲେ। ଏହି ସମୟରେ ୪ ଜଣ ଯୁବକ ଆସି ତାଙ୍କ ଘର ତାଲା ଭାଙ୍ଗି ଭିତରେ ପଶିଥିଲେ। ପରେ ସେମାନେ ଛାତ୍ରୀଜଣଙ୍କୁ ମାର୍‌ପିଟ କରିବା ସହ ପିନ୍ଧିଥିବା ଓଢ଼ଣୀରେ ତାଙ୍କ ଗୋଡ଼ହାତ ଏବଂ ମୁହଁକୁ ବାନ୍ଧି ଦେଇଥିଲେ। ପରେ ସେମାନେ ନିଶା ଇଞ୍ଜେକ୍ସନ ଦେଇ କିରୋସିନ ପକାଇ ନିଆଁ ଲଗାଇ ସେଠାରୁ ଚମ୍ପଟ ମାରିଥିଲେ। ଘରମାଲିକ ଧୂଆଁ ବାହାରୁଥିବା ଦେଖି ଛାତ୍ରୀଙ୍କ କୋଠରିରେ ପହଞ୍ଚି ଚକିତ ହୋଇଯାଇଥିଲେ। ସେ ଟାଣିଟାଣି ଝିଅକୁ ବାହାର କରିବା ସହ ଅଗ୍ନିଶମବିଭାଗ ଏବଂ ତାଙ୍କ ମା’ବାପାଙ୍କୁ ଖବର ଦେଇଥିଲେ। ନିଆଁରେ ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଝିଅ କିଛି ମାତ୍ରାରେ ପୋଡ଼ି ଯାଇଛନ୍ତି। ଖବର ପାଇ ଲାଲ୍‌ବାଗ ଥାନା ପୋଲିସ ପହଞ୍ଚି ଛାତ୍ରୀଙ୍କୁ ଡାକ୍ତରଖାନା ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଏ ସକ୍ରାନ୍ତରେ ପଡୋଶୀଙ୍କୁ ପଚରାଯାଇଥିଲେ ହେଁ ସେମାନେ ତାଙ୍କ ସହ ମିଳାମିଶା କରୁ ନ ଥିବାରୁ ସବିଶେଷ ଜାଣି ନ ଥିବା କହିଛନ୍ତି। ତେବେ କେଉଁ କାରଣ ଯୋଗୁ ଯୁବକମାନେ ଏଭଳି ଲୋମହର୍ଷଣକାରୀ କାଣ୍ଡ ଘଟାଇଲେ ସେ ନେଇ ଚର୍ଚ୍ଚା ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri