ଘରେ ପଶି କଲେଜ ଛାତ୍ରୀଙ୍କ ହାତଗୋଡ଼ ବାନ୍ଧି କିରୋସିନ୍‌ ଢ଼ାଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଉଦ୍ଧାର ପରେ ଏସ୍‌ସିବି ସ୍ଥାନାନ୍ତର

କଟକ ଅଫିସ,୨୫।୨: କଟକ ଜିଲା ମାନସିଂପାଟଣା ମସ୍ତରାମ ମଠ ଗଳିରେ ଥିବା ଏକ ଭଡ଼ାଘରେ ଜଣେ କଲେଜ ଛାତ୍ରୀଙ୍କ ହାତ ଗୋଡ଼ ବାନ୍ଧି କିରୋସିନ ଢ଼ାଳି ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ। ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ରୁ ୧୨ରେ ଘଟଣା ଘଟିଥିବା ବେଳେ ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ଉକ୍ତ ଭଡାଘରେ ଘର ମାଲିକ ଉପରେ ରହୁଥିବା ବେଳେ ତଳେ ଭଡାଟିଆମାନେ ରହୁଥିଲେ। ସେଠାରେ ଛାତ୍ରୀଙ୍କ ପରିବାର ମଧ୍ୟ ରହୁଥିଲେ। ତାଙ୍କ ବାପା ଅଟୋ ଚଲାଉ ଥିବା ବେଳେ ମା’ ଗୃହିଣୀ। ସକାଳେ ଝିଅ କଲେଜରୁ ଫେରିବା ପରେ ମା’ ଘର ବାହାରପଟୁ ତାଲା ଦେଇ ନିକଟସ୍ଥ ମନ୍ଦିରକୁ ଯାଇଥିଲେ। ବାପା କାମରେ ଭୁବନେଶ୍ୱର ଯାଇଥିଲେ। ଏହି ସମୟରେ ୪ ଜଣ ଯୁବକ ଆସି ତାଙ୍କ ଘର ତାଲା ଭାଙ୍ଗି ଭିତରେ ପଶିଥିଲେ। ପରେ ସେମାନେ ଛାତ୍ରୀଜଣଙ୍କୁ ମାର୍‌ପିଟ କରିବା ସହ ପିନ୍ଧିଥିବା ଓଢ଼ଣୀରେ ତାଙ୍କ ଗୋଡ଼ହାତ ଏବଂ ମୁହଁକୁ ବାନ୍ଧି ଦେଇଥିଲେ। ପରେ ସେମାନେ ନିଶା ଇଞ୍ଜେକ୍ସନ ଦେଇ କିରୋସିନ ପକାଇ ନିଆଁ ଲଗାଇ ସେଠାରୁ ଚମ୍ପଟ ମାରିଥିଲେ। ଘରମାଲିକ ଧୂଆଁ ବାହାରୁଥିବା ଦେଖି ଛାତ୍ରୀଙ୍କ କୋଠରିରେ ପହଞ୍ଚି ଚକିତ ହୋଇଯାଇଥିଲେ। ସେ ଟାଣିଟାଣି ଝିଅକୁ ବାହାର କରିବା ସହ ଅଗ୍ନିଶମବିଭାଗ ଏବଂ ତାଙ୍କ ମା’ବାପାଙ୍କୁ ଖବର ଦେଇଥିଲେ। ନିଆଁରେ ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଝିଅ କିଛି ମାତ୍ରାରେ ପୋଡ଼ି ଯାଇଛନ୍ତି। ଖବର ପାଇ ଲାଲ୍‌ବାଗ ଥାନା ପୋଲିସ ପହଞ୍ଚି ଛାତ୍ରୀଙ୍କୁ ଡାକ୍ତରଖାନା ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଏ ସକ୍ରାନ୍ତରେ ପଡୋଶୀଙ୍କୁ ପଚରାଯାଇଥିଲେ ହେଁ ସେମାନେ ତାଙ୍କ ସହ ମିଳାମିଶା କରୁ ନ ଥିବାରୁ ସବିଶେଷ ଜାଣି ନ ଥିବା କହିଛନ୍ତି। ତେବେ କେଉଁ କାରଣ ଯୋଗୁ ଯୁବକମାନେ ଏଭଳି ଲୋମହର୍ଷଣକାରୀ କାଣ୍ଡ ଘଟାଇଲେ ସେ ନେଇ ଚର୍ଚ୍ଚା ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁ ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri