୨୪ଘଣ୍ଟାରେ ୫୬ ଆକ୍ରମଣ

ଖାର୍କ୍ୱିଭ୍‌,୨୩।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ସମୟରେ ରୁଷୀୟ ସୈନ୍ୟ ୟୁକ୍ରେନରେ ଭୟଙ୍କର ବିନାଶ ଘଟାଇବାରେ ଲାଗିପଡ଼ିଛନ୍ତି। ଅନେକ ସହର ଏବେ ଧ୍ୱସଂ ବିଧ୍ୱସ୍ତ ହୋଇଯାଇଛି। ମାର୍ଚ୍ଚ ଶେଷ ସୁଦ୍ଧା ୟୁକ୍ରେନ ସହରର ହୋରେଙ୍କା ସହରର ପ୍ରାୟ ୭୭ପ୍ରତିଶତ, ଇରପିନ ୭୧ପ୍ରତିଶତ ଏବଂ ହୋଷ୍ଟୋମେଲ ୫୮ପ୍ରତିଶତ ଧ୍ୱଂସ ହୋଇଯାଇଛି ବୋଲି ଜାତିସଂଘ ମୁଖପାତ୍ର ଏରି କାନୋକୋ କହିଛନ୍ତି। ଏହାସତ୍ତ୍ୱେ ରୁଷିଆ ସୈନ୍ୟ ଆକ୍ରମଣ ଜାରି ରଖିଛନ୍ତି। ଅଡ଼୍ୟପଟେ ୟୁକ୍ରେନ୍‌ର ଖାର୍କ୍ୱିଭ୍‌ ସହରରେ ଏପ୍ରିଲ ୨୨ ତଥା ଶୁକ୍ରବାର ରୁଷିଆ ଗୋଟିଏ ପରେ ଗୋଟିଏ ୫୬ ଟି ଆକ୍ରମଣ କରିଛି। ଗତ ୨୪ ଘଣ୍ଟାରେ ରୁଷିଆ ସୈନ୍ୟ ଖାର୍କ୍ୱିଭ ଉପରେ ୫୬ଥର ଏୟାର ଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ଜଣ ଆହତ ହୋଇଛନ୍ତି ବୋଲି ଖାର୍ର୍କ୍ୱିିଭ ଆଞ୍ଚଳିକ ସାମରିକ ପ୍ରଶାସନ ସୂଚନା ଦେଇଛନ୍ତି। ଅନ୍ୟପଟେ ୟୁକ୍ରେନ ଦାବି କରିଛି ଯେ, ଏପ୍ରିଲ ୨୨ ରେ ୟୁକ୍ରେନ ସୈନ୍ୟମାନେ ଡୋନବାସରେ ପ୍ରାୟ ୫୦ଟି ରୁଷିଆ ଉପକରଣକୁ ନଷ୍ଟ କରିଦେଇଛନ୍ତି। ଏଥିରେ ୯ଟି ଟ୍ୟାଙ୍କ, ୩ଟି ଆର୍ଟିଲରି ସିଷ୍ଟମ, ୧୮ୟୁନିଟ ସଶସ୍ତ୍ର ଯାନ, ଏକ ସଶସ୍ତ୍ର ଯୁଦ୍ଧ ଯାନ, ୧୩ ୟୁନିଟ ଯାନ ଏବଂ ଏକ ଟ୍ୟାଙ୍କର୍‌ ଇତ୍ୟାଦ ସାମିଲ ରହିଛି। ଏତଦ୍‌ ବ୍ୟତୀତ ୟୁକ୍ରେନ ସୈନ୍ୟ ଡୋନବାସରେ ରୁଷିଆର ଆକ୍ରମଣକୁ ଅସଫଳ କରିଛି ବୋଲି , ୟୁକ୍ରେନ କହିଛି। ନିକଟରେ ଏକ ସାଟେଲାଇଟ୍‌ ଇମେଜ୍‌ ଜାରି କରାଯାଇଛି। ଯେଉଁଥିରେ କ୍ୱିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ବଡ଼ ଧରଣର ବିନାଶର ଚିତ୍ର ଦେଖିବାକୁ ମିଳିଛି।

 

Share