୨୪ଘଣ୍ଟାରେ ୫୬ ଆକ୍ରମଣ

ଖାର୍କ୍ୱିଭ୍‌,୨୩।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ସମୟରେ ରୁଷୀୟ ସୈନ୍ୟ ୟୁକ୍ରେନରେ ଭୟଙ୍କର ବିନାଶ ଘଟାଇବାରେ ଲାଗିପଡ଼ିଛନ୍ତି। ଅନେକ ସହର ଏବେ ଧ୍ୱସଂ ବିଧ୍ୱସ୍ତ ହୋଇଯାଇଛି। ମାର୍ଚ୍ଚ ଶେଷ ସୁଦ୍ଧା ୟୁକ୍ରେନ ସହରର ହୋରେଙ୍କା ସହରର ପ୍ରାୟ ୭୭ପ୍ରତିଶତ, ଇରପିନ ୭୧ପ୍ରତିଶତ ଏବଂ ହୋଷ୍ଟୋମେଲ ୫୮ପ୍ରତିଶତ ଧ୍ୱଂସ ହୋଇଯାଇଛି ବୋଲି ଜାତିସଂଘ ମୁଖପାତ୍ର ଏରି କାନୋକୋ କହିଛନ୍ତି। ଏହାସତ୍ତ୍ୱେ ରୁଷିଆ ସୈନ୍ୟ ଆକ୍ରମଣ ଜାରି ରଖିଛନ୍ତି। ଅଡ଼୍ୟପଟେ ୟୁକ୍ରେନ୍‌ର ଖାର୍କ୍ୱିଭ୍‌ ସହରରେ ଏପ୍ରିଲ ୨୨ ତଥା ଶୁକ୍ରବାର ରୁଷିଆ ଗୋଟିଏ ପରେ ଗୋଟିଏ ୫୬ ଟି ଆକ୍ରମଣ କରିଛି। ଗତ ୨୪ ଘଣ୍ଟାରେ ରୁଷିଆ ସୈନ୍ୟ ଖାର୍କ୍ୱିଭ ଉପରେ ୫୬ଥର ଏୟାର ଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ଜଣ ଆହତ ହୋଇଛନ୍ତି ବୋଲି ଖାର୍ର୍କ୍ୱିିଭ ଆଞ୍ଚଳିକ ସାମରିକ ପ୍ରଶାସନ ସୂଚନା ଦେଇଛନ୍ତି। ଅନ୍ୟପଟେ ୟୁକ୍ରେନ ଦାବି କରିଛି ଯେ, ଏପ୍ରିଲ ୨୨ ରେ ୟୁକ୍ରେନ ସୈନ୍ୟମାନେ ଡୋନବାସରେ ପ୍ରାୟ ୫୦ଟି ରୁଷିଆ ଉପକରଣକୁ ନଷ୍ଟ କରିଦେଇଛନ୍ତି। ଏଥିରେ ୯ଟି ଟ୍ୟାଙ୍କ, ୩ଟି ଆର୍ଟିଲରି ସିଷ୍ଟମ, ୧୮ୟୁନିଟ ସଶସ୍ତ୍ର ଯାନ, ଏକ ସଶସ୍ତ୍ର ଯୁଦ୍ଧ ଯାନ, ୧୩ ୟୁନିଟ ଯାନ ଏବଂ ଏକ ଟ୍ୟାଙ୍କର୍‌ ଇତ୍ୟାଦ ସାମିଲ ରହିଛି। ଏତଦ୍‌ ବ୍ୟତୀତ ୟୁକ୍ରେନ ସୈନ୍ୟ ଡୋନବାସରେ ରୁଷିଆର ଆକ୍ରମଣକୁ ଅସଫଳ କରିଛି ବୋଲି , ୟୁକ୍ରେନ କହିଛି। ନିକଟରେ ଏକ ସାଟେଲାଇଟ୍‌ ଇମେଜ୍‌ ଜାରି କରାଯାଇଛି। ଯେଉଁଥିରେ କ୍ୱିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ବଡ଼ ଧରଣର ବିନାଶର ଚିତ୍ର ଦେଖିବାକୁ ମିଳିଛି।

 


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri