ଅବକାରୀ ଏଏସ୍‌ଆଇ, ଡ୍ରାଇଭରଙ୍କୁ ଗୋଡ଼ାଇ ହାଣିଲେ

ଖୁଣ୍ଟୁଣୀ, ୨୯ା୭ (ସଚ୍ଚିଦାନନ୍ଦ ପଣ୍ଡା): କଟକ ଜିଲା ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ ଡାଳୁଆ ଓ ଖଣ୍ଡୁଆଳି ଗ୍ରାମ ନିକଟ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ଚାଲିଥିବା ଚୋରା ଦେଶୀ ମଦଭାଟି ଉପରେ ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍‌, କଟକ ୟୁନିଟ୍‌-୧ର ମୋବାଇଲ ସ୍କ୍ବାଡ୍‌ ଓ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା। ହେଲେ ଏହି ସମୟରେ ସ୍ଥାନୀୟ ଅଞ୍ଚଳର କେତେଜଣ ଚୋରା ମଦ ବ୍ୟବସାୟୀ ମୁହଁରେ ମୁଖା ପିନ୍ଧି ଅବକାରୀ ବିଭାଗର ୨ ଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିସହ ୪ଟି ଗାଡ଼ି ଭଙ୍ଗାରୁଜା କରିବା ସହ ୧୨ଟି ଚକା କାଟି ଦେଇଥିଲେ। ଆକ୍ରମଣରେ ଅବକାରୀ ଏଏସ୍‌ଆଇ ହେମନ୍ତ ମଲ୍ଲିକ ଓ ଡ୍ରାଇଭର ବିଷ୍ଣୁ ମୋହନ ଦାସ ଆହତ ହୋଇଛନ୍ତି। ଚିକିତ୍ସାଲାଗି ସେମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ଦୀର୍ଘଦିନ ହେବ ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତ ହୋଇ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି। ଖବରପାଇ ଶୁକ୍ରବାର ଅବକାରୀ ବିଭାଗର ମିଳିତ ସ୍କ୍ବାଡ୍‌ କର୍ମଚାରୀମାନେ ୫ଟି ଗାଡିରେ ଆସି ଖଣ୍ଡୁଆଳି ଗ୍ରାମ ନିକଟ ଜାଭିୟର ସ୍କୁଲ ପଛପଟ ଜଙ୍ଗଲଠାରେ ପହଞ୍ଚିଥିଲେ। ତୁରନ୍ତ ଜଙ୍ଗଲ ଭିତରକୁ ଯାଇ ମଦଭାଟି ଉପରେ ଚଢ଼ାଉ କରିଥିଲେ। ଏହି ସମୟରେ ୪/୫ ଜଣ ମଦ ବ୍ୟବସାୟୀ ଗୋଡାଇ ଗୋଡାଇ ଏଏସ୍‌ଆଇ ମଲ୍ଲିକ ଓ ଡ୍ରାଇଭର ଦାସଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହା ଦେଖି କେତେଜଣ କର୍ମଚାରୀ ଜୀବନ ବଞ୍ଚାଇବା ପାଇଁ ଦୌଡି ପଳାଇଥିଲେ। ଆକ୍ରମଣ ଖବରପାଇ ନିକଟରେ ଥିବା ଆଠଗଡ଼ ଅବକାରୀ ଉପ ଅଧୀକ୍ଷକ ପ୍ରମୋଦ ପଣ୍ଡା, ଷ୍ଟେଟ୍‌ ଫ୍ଲାଇଂ ସ୍କ୍ବାଡ୍‌ ଆଇଆଇସି ଦିଲୀପ ବେହେରା, କଟକ ମୋବାଇଲ ସ୍କ୍ବାଡ୍‌ ଆଇଆଇସି ସଞ୍ଜିତ ବାର୍ଲାଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଚଢ଼ାଉ ଅଧାରୁ ବନ୍ଦ କରି ଘଟଣାସ୍ଥଳକୁ ଆସିବାରୁ ଆକ୍ରମଣକାରୀମାନେ ଫେରାର ହୋଇଯାଇଥିଲେ। ପରେ କଟକ ଜିଲା ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଦେବାଶିଷ ପଟେଲ ଓ ଖୁଣ୍ଟୁଣୀ ଥାନାଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅପରପକ୍ଷରେ ସେଠାକାର କେତେଜଣ ବୁଦ୍ଧିଜୀବୀ ପରିଚୟ ଗୋପନ ରଖି କହିଛନ୍ତି, ସ୍ଥାନୀୟ ନୁଣୁପଡ଼ିଆଠାରେ ବ୍ୟବସାୟୀମାନେ ଗୁଡ ରଖି ମଦ ପ୍ରସ୍ତୁତ କରୁଛନ୍ତି। ସେମାନଙ୍କ ବିରୋଧରେ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଉଭୟ ବିଭାଗର କେତେଜଣ ଅସାଧୁ କର୍ମଚାରୀ ସେମାନଙ୍କଠାରୁ ମାସରେ ଲକ୍ଷାଧିକ ଟଙ୍କା ନେଉଛନ୍ତି। ଏ ସମ୍ପର୍କରେ ଜିଲା ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ପଟେଲ କହିଛନ୍ତି, ଚୋରା ମଦ ବ୍ୟବସାୟୀଙ୍କ ବିରୋଧରେ ତଥ୍ୟ ସଂଗ୍ରହ କରାଯାଇ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...

ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା

ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

ରବିବାର ବି ଇଣ୍ଡିଗୋର ୨୨୦ରୁ ଅଧିକ ବିମାନ ରଦ୍ଦ, ସରକାରଙ୍କ ନିର୍ଦ୍ଦେଶ ରାତି ୮ଟା ସୁଦ୍ଧା ଫେରାନ୍ତୁ ଟଙ୍କା

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସଙ୍କଟ ସମାଧାନ ଏବଂ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି। ତଥାପି, ଏହି ସଙ୍କଟ ଲଗାତାର ଷଷ୍ଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri