ରାସ୍ତା ନିର୍ମାଣ ବେଳେ ପେଟି ଠିକାଦାରଙ୍କୁ ଆକ୍ରମଣ

କେସିଙ୍ଗା,୨୮ା୪ (ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମ ପଞ୍ଚାୟତ ମଶାଣିବନ୍ଧ ଗ୍ରାମଠାରେ ଆର୍‌ଡ଼ି ବିଭାଗ ପକ୍ଷରୁ ରାସ୍ତାକାମ ଚାଲୁରହିଛି। ଏପରିସ୍ଥଳେ ଗ୍ରାମର ଜଣେ ବ୍ୟକ୍ତି ସୋମବାର ରାସ୍ତାକାମକୁ ବିରୋଧ କରି ପେଟି ଠିକାଦାର ନେପାଳ ପ୍ରଧାନ (୩୪) ଓ ମୁନ୍‌ସି ଚୌଧୁରୀ ସାହୁଙ୍କୁ ଆକ୍ରମଣ କରି ଜୀବନରେ ମାରିଦେବା ପାଇଁ ଧମକ ଦେଇଛନ୍ତି। ଏ ନେଇ ପେଟି ଠିକାଦାର ବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ମଶାଣିବନ୍ଧ ଗ୍ରାମଠାରୁ କଳାରପଦର ଗ୍ରାମ ଯାଏ ଆର୍‌ଡ଼ି ବିଭାଗ ପକ୍ଷରୁ ୧୪.୫କିମି ପିଚୁ ରାସ୍ତା ନିର୍ମାଣାଧୀନ ରହିଛି। ସୋମବାର ମଧ୍ୟାହ୍ନରେ ସମ୍ପୃକ୍ତ ବ୍ୟକ୍ତି ଜଣକ କାର୍ଯ୍ୟସ୍ଥଳରେ ପହଞ୍ଚତ୍ ଗ୍ରାମରେ ବିବାହ କାମ ଅଛି, ଗର୍ଭବତୀ ମହିଳା ହସ୍ପିଟାଲକୁ ଯିବା ଅସୁବିଧା ହେବ କହି ପେଟି ଠିକାଦାର ଓ ମୁନ୍‌ସିଙ୍କୁ ଆକ୍ରମଣ କରିଥିଲେ। ଏ ସଂକ୍ରାନ୍ତରେ ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ରଙ୍କୁ ପଚାରିବାରୁ ମଙ୍ଗଳବାର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ପରେ ଯାହା ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ସରିଯିବ ଧାନକିଣା ଅବଧି, ସମସ୍ୟା ଅସମାହିତ

ବରଗଡ଼,୨୬ା୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୬ ଦିନ ବାକି। ମାତ୍ର ବରଗଡ଼ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଧାନ ବିକ୍ରି…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri