ଯୌତୁକ ଦାବିରେ ମହିଳାଙ୍କୁ ନିର୍ଯାତନା

ଗୋପବନ୍ଧୁ ନଗର,୭।୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ କୁଶଳଦା ପଞ୍ଚାୟତ ଅନ୍ତର୍ଗତ ବଣକାଟି ଗ୍ରାମର ଜବାମଣି ହେମ୍ବ୍ରମଙ୍କୁ ତାଙ୍କ ସ୍ବାମୀ ଯୌତୁକ ଦାବିରେ ନିର୍ଯାତନା ଦେଇଥିବା ନେଇ ଖୁଣ୍ଟା ଥାନାରେ ଅଭିଯୋଗ ହୋଇଛି। ଜବାମଣି ୮ବର୍ଷ ତଳେ କପ୍ତିପଦା ଥାନା ଅନ୍ତର୍ଗତ ଜାମବଣି ଗ୍ରାମର ଦାସରଥୀ ହେମ୍ବ୍ରମଙ୍କୁ ବିବାହ କରିଥିଲେ। ତେବେ ୬ ମାସ ହେବ ଦାସରଥୀ ଅଧିକ ଯୌତୁକ ଦାବି କରିଥିଲେ। ଜବାମଣିଙ୍କ ବାପ ଘର ଲୋକେ ଦାବି ମୁତାବକ ଯୌତୁକ ନ ଦେବାରୁ ଦାସରଥୀ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଏଥିରେ ଅତିଷ୍ଟ ହୋଇ ଜବାମଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା(ନଂ.୮୯/୨୩) ରୁଜୁ କରି ତଦନ୍ତ ଜାରି ରଖିଛି।