ଶୋଇଥିବା ବେଳେ ବୃଦ୍ଧଙ୍କୁ ଆକ୍ରମଣ: ପୋଲିର ତଦନ୍ତ ଆରମ୍ଭ

କୋକସରା,୧୮।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଆମପାଣି ଥାନା ଅଧୀନ ଯାନିପଡା ଗ୍ରାମର ମଙ୍ଗଲୁ ମାଝୀ(୬୮)ଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, ମଙ୍ଗଲୁ ନିଜ ପନିପରିବା ଚାଷ ଜମିରେ ଏକ କୁଡିଆ ଘରେ ଶୋଇଥିଲେ। ସେତିକିବେଳେ ଚାରି ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏପରିକି ଖଟ ଉପରେ ତାଙ୍କୁ ଦଉଡିରେ ବାନ୍ଧି ଚମ୍ପଟ ମାରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମପାଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଦୁର୍ବୃତ୍ତମାନେ କାହିଁକି ଆକ୍ରମଣ କରିଛନ୍ତି ସେ ନେଇ କାରଣ ଅସ୍ପଷ୍ଟ ରହିଛି। ଏନେଇ ମଙ୍ଗଲୁ ଆମପାଣି ଥାନାରେ ଏନେଇ ଅଭିଯୋଗ କରିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଥିବା ନେଇ ମାମଲାର ତଦନ୍ତକାରୀ ପୋଲିସ ଅଧିକାରୀ ରାଜେଶ ପରିଡା କହିଛନ୍ତି।