ଭସାଣୀ ବେଳେ ପୋଲିସକୁ ଆକ୍ରମଣ: ୪ ପୋଲିସ ଗୁରୁତର

ଢେଙ୍କାନାଳ ଅଫିସ, ୨୩।୯ ରତନ ନାୟାର: ଢେଙ୍କାନାଳ ସହର କୋରିଆଁ ଅଞ୍ଚଳରେ ଶୁକ୍ରବାର ରାତିରେ ଗଣେଶ ପୂଜା ଭସାଣୀକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଛି । ଏଥିରେ ପୋଲିସକୁ  ମରଣାନ୍ତକ ଆକ୍ରମଣ କରାଯାଇଛି। ୪ ପୋଲିସ  ଗୁରୁତର ଅଛନ୍ତି। ସୌଭାଗ୍ୟ ସ୍ବାଇଁ ନାମକ ଜଣେ ଏସଆଇଙ୍କ ମୁହଁରେ ପଥର ମାଡ଼ ହେବାରୁ  ଗଭୀର କ୍ଷତ ସୃଷ୍ଟି ହୋଇଛିା
ଖବର ପାଇ ଟାଉନ ଥାନା ଅଧିକାରୀ ପୋଲିସ ଫୋର୍ସ  ନେଇ ଆକ୍ରମଣର ଶିକାର ହୋଇଥିବା ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ଉକ୍ତ ଅଞ୍ଚରେ ପୋଲିସ ଚଢ଼ାଉ କରି ୧୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରଛି। ଏ ସଂକ୍ରାନ୍ତରେ ଟାଉନ ଥାନାରେ କେସ ନମ୍ବର ୬୩୫/୨୩ରେ ଏକ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ଆହୁରି ୩୦ରୁ ଊର୍ଦ୍ଧ୍ୱ ଜଣଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି ।