ନୂଆଦିଲ୍ଲୀ,୨୦।୭: ୟୁକ୍ରେନର ଓଡ଼େଶା ବନ୍ଦରରୁ ବାହାରୁଥିବା ଏକ ବାଣିଜି୍ୟକ ଜାହାଜ ‘MV ଗୋଲଡେନ ଲିଓ’ (MV Golden Leo) ଉପରେ ହୋଇଛି ଭୟଙ୍କର ଆକ୍ରମଣ। ଏହି ଆକ୍ରମଣରେ ୪ ଜଣ ଭାରତୀୟ କ୍ରୁ ମେମ୍ବରଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।
ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣ ସମୟରେ ଜାହାଜରେ ମୋଟ ୧୭ ଜଣକ୍ରୁ ସଦସ୍ୟ ଉପସ୍ଥିତ ଥିଲେ। ଏଥିମଧ୍ୟରୁ ୫ ଜଣ ଭାରତୀୟ ଥିଲେ। ଆକ୍ରମଣ ପରେ ୪ ଜଣ ଭାରତୀୟଙ୍କର ପ୍ରାଣହାନୀ ଘଟିଥିବା ବେଳେ ଜଣେ ଭାରତୀୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।