ସରପଞ୍ଚଙ୍କୁ ଆକ୍ରମଣ, ଥାନାରେ ମାମଲା

ବରୀ,୨୯। ୯ (ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ବୋଦୁଅ ପଞ୍ଚାୟତ ସରପଞ୍ଚ ଦେବୀ ମିଶ୍ରଙ୍କୁ ସେହି ପଞ୍ଚାୟତର ୨ ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପ୍ରକାଶଯେ, ସରପଞ୍ଚ ମିଶ୍ର ବାଇକ୍‌ରେ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିବାକୁ ଯାଉଥିଲେ । ପଞ୍ଚାୟତର ସ୍ବାଇଁ ସାହି ଛକ ନିକଟରେ ପାର୍ଥସାରଥୀ ଜେନା ଓ ବିଭୁତି ଜେନା ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗରେ ଦର୍ଶାଯାଇଛି। ସରପଞ୍ଚଙ୍କୁ ଆକ୍ରମଣ କରାଯିବାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେବା ଓ ଆକ୍ରମଣର ଶିକାର ହୋଇଥିବା ସରପଞ୍ଚ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ ବିଞ୍ଝାରପୁର ଥାନା ପୋଲିସ ମାମଲା ରୁଜୁ କରି ହାତବାନ୍ଧି ବସିଛି ବୋଲି ଅଭିଯୋଗ ହୋଇଛି । ଥାନାଧିକାରୀ ଶଙ୍କର୍ଷଣ ଦଳାଇ କହିଛନ୍ତି, ବୋଦୁଅ ପଞ୍ଚାୟତ ସରପଞ୍ଚଙ୍କ ଲିଖିତ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ ହୋଇଛି। ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।