ରୁଷିଆ ଉପରେ ଆକ୍ରମଣ, ଆଫ୍ରିକା ଆକ୍ରମଣ ସହିତ ସମାନ: ଉଗାଣ୍ଡା କମାଣ୍ଡର ପୁଟିନଙ୍କୁ କଲେ ସମର୍ଥନ…

କାମ୍ପଲା, ୨୬।୯ : ଆଫ୍ରିକାର ଉଗାଣ୍ଡା  ରୁଷିଆକୁ ଖୋଲାଖୋଲି ସମର୍ଥନ କରିଛି । ଏହା ସହିତ ସମଗ୍ର ବିଶ୍ୱକୁ ଧମକ ମଧ୍ୟ ଦେଇଛି। ଉଗାଣ୍ଡାର ସାମରିକ କମାଣ୍ଡର କହିଛନ୍ତି ଯେ ତାଙ୍କ ଦେଶର ସୈନ୍ୟବାହିନୀରୁଷିଆ ଉପରେ ଆକ୍ରମଣକୁ ଆଫ୍ରିକା ଆକ୍ରମଣ ସହିତ ସମାନ ବୋଲି ବିଚାର କରିବେ। କମାଣ୍ଡର ମୁହୁଜୀ କେନେରୁଗାବା କହିଛନ୍ତି ଯେ ରୁଷିଆ କୌଣସି ଭୁଲ କରି ନାହିଁ। ତେଣୁ କୌଣସି ଦେଶକୁ ଭୟ କରିବାର ଆବଶ୍ୟକତା ନାହିଁ। ୟୁକ୍ରେନ ଆକ୍ରମଣକୁ ନେଇ ଆମେରିକା ସମେତ ଅଧିକାଂଶ ପାଶ୍ଚାତ୍ୟ ଦେଶ ରୁଷିଆ ବିରୋଧରେ କଟକଣା ଜାରି କରିଛନ୍ତି। କେବଳ ଏତିକି ନୁହେଁ, ରୁଷିା ବିରୋଧରେ ଯୁଦ୍ଧ ପାଇଁ ଏହି ଦେଶଗୁଡ଼ିକ କ୍ରମାଗତ ଭାବରେ ୟୁକ୍ରେନକୁ ଅସ୍ତ୍ର ଯୋଗାଉଛନ୍ତି।

ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଆଣବିକ ଯୁଦ୍ଧ ଲାଗି ଧମକ ଦେବା ଆବଶ୍ୟକ ନାହିଁ। ଆମେ ତାଙ୍କ କଥା ଶୁଣୁଛୁ ବୋଲି ଏକ ଟୁଇଟରେ ସେ ଲେଖିଛନ୍ତି। ଆମେ ରୁଷିଆକୁ ବିରୋଧ କରି ପାରିବୁ ନାହିଁ। କାରଣ ଏଥିରେ ପୁଟିନଙ୍କର କୌଣସି ଭୁଲ ନାହିଁ ।

ରୁଷିଆ ଏବଂ ପାଶ୍ଚାତ୍ୟ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବା ମଧ୍ୟରେ ଉଗାଣ୍ଡା ସେନା ମୁଖ୍ୟଙ୍କ ବିବୃତ୍ତି ଆସିଛି।

ଏଭଳି ପରିସ୍ଥିତିରେ ତାଙ୍କ ବିବୃତ୍ତିକୁ ସିଧାସଳଖ ଉଗାଣ୍ଡାର ଅଫିସିଆଲ ଷ୍ଟାଣ୍ଡ ଭାବରେ ବିବେଚନା କରାଯାଉଛି। ଉଗାଣ୍ଡାର ପୂର୍ବତନ ଶାସକମାନେ ମଧ୍ୟ ପାଶ୍ଚାତ୍ୟ ଅପେକ୍ଷା ରୁଷିଆର ନିକଟତର ହୋଇଥିଲେ। ଉଗାଣ୍ଡା ମଧ୍ୟ ରୁଷଠାରୁ ନିଜର ସାମରିକ ଅସ୍ତ୍ର କ୍ରୟ କରେ।

କେନେରୁଗାବା ୧୯୯୯ ରେ ଉଗାଣ୍ଡା ସେନାରେ ଯୋଗ ଦେଇଥିଲେ। ସେ ୨୯୨୧ ମସିହାରେ ଉଗାଣ୍ଡା ପିପୁଲ୍ସ ଡିଫେନ୍ସ ଫୋର୍ସର ଗ୍ରାଉଣ୍ଡ ଫୋର୍ସର କମାଣ୍ଡର ଭାବରେ ନିଯୁକ୍ତ ହୋଇଥିଲେ। ସେ ରାଷ୍ଟ୍ରପତି ମୁସେଭେନିଙ୍କ ପୁଅ।

 

Share