ଖବରଦାତାଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି

ବିଞ୍ଝାରପୁର,୨୧ା୨(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତରେ ଖବରଦାତାଙ୍କୁ ଆକ୍ରମଣ ଘଟଣାରେ ରବିବାର ରାତିରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ସୋମବାର ଆଉ ୧୦ ଜଣଙ୍କୁ ଗିରଫ କରିଛି। ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ଗିରଫ କରିସାରିଲାଣି ପୋଲିସ। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଖୁବ୍‌ଶୀଘ୍ର ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ। ରବିବାର ବାଛୋଳ ପଞ୍ଚାୟତର ୨ ଓ ୪ ନମ୍ବର ବୁଥ୍‌ରେ ଖବରଦାତାଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ।

ସୂଚନାଯୋଗ୍ୟ, ରବିବାର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଭୋଟ ବାକ୍ସ ଛଡ଼ାଇ ନେଉଥିଲେ କିଛି ଦୁର୍ବୃତ୍ତ। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ଖବର ସଂଗ୍ରହ କରୁଥିବାବେଳେ ଦୁର୍ବୃତ୍ତମାନେ ଅମାନୁଷିକ ଭାବେ ଆକ୍ରମଣ କରିଥିଲେ। ଏପରିକି ଖବରଦାତାଙ୍କୁ ବାନ୍ଧି ବାଡ଼ାଇବା ସହ ଗାଡ଼ିକୁ ଟେକା ପଥର ମାଡ଼ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖବରଦାତାଙ୍କୁ ଉଦ୍ଧାର କରିଥିଲା।

ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ବରିଷ୍ଠ ଖବରଦାତାମାନେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ। ପରେ ଡିଜିପିଙ୍କ ନିର୍ଦ୍ଦେଶ ପରେ ବାଛୋଳ ଗାଁରେ ୫ଟି ଥାନାର ଥାନାଧିକାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଆକ୍ରମଣରେ ସମ୍ପୃକ୍ତ କୁହାଯାଉଥିବା ୨୫ ଜଣଙ୍କୁ ଉଠାଇ ଆଣିଥିଲା ପୋଲିସ। ସେମାନଙ୍କ ମଧ୍ୟରେ ୫ ପୁରୁଷ ୬ ମହିଳା ଗିରଫ ହୋଇଛନ୍ତି। ଏବେ ଏହି ଗାଁରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଉନାହିଁ

ଯାଜପୁର ଅଫିସ,୩୧ା୩: ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ଶୁକ୍ରବାର ରାତିରେ ଆକ୍ରମଣ କରାଯାଇଥିଲା। ଇତିମଧ୍ୟରେ ୩ ଦିନ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଧର୍ମଶାଳା...

ବାଇକ ହ୍ୟାଣ୍ଡେଲ୍‌ରେ ଟାଙ୍ଗି ଥିଲେ ଲକ୍ଷେ ୩୨ ହଜାର ଟଙ୍କା, ଚୋର ନେଇ ପାର୍‌

ଭଣ୍ଡାରିପୋଖରୀ,୧୪।୭ (ଡି.ଏନ.ଏ): ଭଣ୍ଡାରିପୋଖରୀ ବ୍ଲକ କୃଷି କାର୍ଯ୍ୟଳୟ ନିକଟରେ ଏକ ବଡ ଲୁଟ୍‌ ହୋଇଛି। ସୋମବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ନିର୍ଗୁଣ୍ଡି ପଞ୍ଚାୟତ...

ଚିନ୍ତା ବଢ଼ାଉଛି ଟ୍ରାଫିକ ସମସ୍ୟା

୧୯୬୪ ମସିହାରେ ବାଲେଶ୍ୱର ସଦର ମହକୁମାର କେତେକ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ବାଲେଶ୍ୱର ପୌରାଞ୍ଚଳ। ୧୯୯୨ ମସିହା ପର୍ଯ୍ୟନ୍ତ ଏହି ପୌରାଞ୍ଚଳରେ ୨୬ ଟି...

ଧାନ ବିକ୍ରି ସମସ୍ୟା, ଜିଲାପାଳଙ୍କୁ ଫେରାଦ ହେଲା ଏଏପି

ବରଗଡ ଅଫିସ,୨୫।୨: ବରଗଡ ଜିଲା ପଦ୍ମପୁର ଉପଖଣ୍ଡରେ ଧାନ କିଣାବିକା ସମସ୍ୟା ତୁଟି ନାହିଁ। ଅନ୍ୟପଟେ ୧୫ ଦିନ ହେଲା, ଧାନ ଉଠାଣ ଦାବିରେ ପଦ୍ମପୁରରେ...

ଆଜିଠୁ ସ୍କୁଲରେ ଗ୍ରୀଷ୍ମ ଛୁଟି

ଭୁବନେଶ୍ୱର,୬।୬(ବ୍ୟୁରୋ): ସୋମବାରଠାରୁ ସ୍କୁଲ୍‌ରେ ଗ୍ରୀଷ୍ମ ଛୁଟି ଆରମ୍ଭ ହେଉଛି। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ୍‌ ଛୁଟି ରହିବ। ପ୍ରତିବର୍ଷ ଦେଢ଼ମାସରୁ ଊର୍ଦ୍ଧ୍ୱ...

ଏମ୍‌ପି ଅନୁଭବ-ମନୋଜିତ କଳି: ଏସ୍‌ଡିଜେଏମ୍‌ କୋର୍ଟରେ ବୟାନ ରେକର୍ଡ

କଟକ ଅଫିସ,୨୮ା୧୧: କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ଛାତ୍ର ବିଜେଡି ନେତା ମନୋଜିତ ଦାସ ଏସ୍‌ଡିଜେଏମ୍‌ କୋର୍ଟରେ ଏକ କମ୍ପ୍ଲେନ କେସ୍‌ ଦାଏର କରିଥିଲେ।...

ହାଟଡ଼ିହୀ ବ୍ଲକ: ଏ-୧ ଗ୍ରେଡ୍‌ରେ ପାସ୍‌ କଲେ ୬ ପରୀକ୍ଷାର୍ଥୀ

ହାଟଡ଼ିହୀ,୨୨।୫(ଡି.ଏନ୍‌.ଏ.): ମଙ୍ଗଳବାର ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ। କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକର ୬ ପରୀକ୍ଷାର୍ଥୀ ଏ-୧ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ବଡ଼ରମ୍ପାସ ହାଇସ୍କୁଲର...

କୋରାପୁଟରେ ପ୍ରବଳ ବର୍ଷା: ୨୬ ନଂ ଜାତୀୟ ରାଜପଥରେ ୨ ଫୁଟର ପାଣି

କୋରାପୁଟ,୧୧ା୯(ସ୍ବ.ପ୍ର.): ଲଘୁଚାପ ଯୋଗୁ କୋରାପୁଟରେ ରବିବାର ସକାଳୁ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳୁ ବର୍ଷା ଜାରି...

Advertisement
Archives

Model This Week