ପେଟ୍ରୋଲ ପମ୍ପରେ ଚଢ଼ାଉ: ୪ ନୋଜଲରେ କମ୍‌ ତେଲ,ବିଭାଗୀୟ ଅଧିକାରୀଙ୍କୁ ଦାୟୀକଲେ ମାଲିକ

ଦାରିଙ୍ଗବାଡ଼ି,୧୧ା୭(ଡି.ଏନ୍‌.ଏ.) – ଦାରିଙ୍ଗବାଡ଼ି ସନୋଜ ଫିଲିଂ ଷ୍ଟେଶନରେ ଗୁରୁବାର ସନ୍ଧ୍ୟାରେ ଡାଇରେକ୍ଟର ଅଫ୍‌ ଲିଗାଲ ମେଟ୍ରୋଲୋଜି ବିଭାଗ ଚଢାଉ କରିଛି। ୬ମାସ ହେଲା ଏଠାରେ ମାପରେ ଠକେଇ ହେଉଥିବା ଚଢାଉରୁ ଜଣାପଡିବା ପରେ ବିକ୍ରି ବନ୍ଦ କରାଯାଇଛି। ଶୁକ୍ରବାର ସକାଳୁ ମଧ୍ୟ ପୁଣି ଥରେ ଯାଞ୍ଚ ଆରମ୍ଭ ହୋଇଛି। ପେଟ୍ରୋଲ ପମ୍ପର କର୍ମଚାରୀ ଓ ମାଲିକଙ୍କ ବୟାନ ରେକର୍ଡ ହୋଇଛି। ବିଭାଗର ଆସିଷ୍ଟାଣ୍ଟ କଣ୍ଟ୍ରୋଲର ବିଦ୍ୟାଧର ବିଶ୍ୱାଳଙ୍କ ନେତୃତ୍ୱରେ ଫୁଲବାଣୀ ଏବଂ ବାଲିଗୁଡ଼ା ଦାୟିତ୍ୱରେ ଥିବା ବିଭାଗୀୟ ଇନ୍ସପେକ୍ଟର ସାଗରିକା ସାବତ ପ୍ରମୁଖ ଚଢ଼ାଉ କରିଥିଲେ। ଏଠାରେ ତିନୋଟି ପେଟ୍ରୋଲ ଓ ତିନୋଟି ଡିଜେଲ ନୋଜଲ ରହିଛି। ସେଥିରୁ ୩ ପେଟ୍ରୋଲ ଓ ଗୋଟିଏ ଡିଜେଲ ନୋଜଲରେ କମ୍‌ ତେଲ ଆସୁଥିଲା। ଏହି ୪ ମେଶିନ୍‌ ସିଲ୍‌ କରାଯିବ ବୋଲି ଆସିଷ୍ଟାଣ୍ଟ କଣ୍ଟ୍ରୋଲର ବିଶ୍ୱାଳ କହିଛନ୍ତି। ଏନେଇ ଜରିମାନା ଆଦାୟ କରାଯିବ।
ବିଭାଗୀୟ ଇନ୍ସପେକ୍ଟର ସାବତ ପେଟ୍ରୋଲ ପମ୍ପ ଶୁଭାରମ୍ଭ ଦିନ ଯାଞ୍ଚ କରି ମେଶିନ୍‌ ଷ୍ଟାପିଂ କରିଥିଲେ। ହେଲେ ସେ ଠିକ୍‌ ଭାବେ କରି ନ ଥିବା ଯୋଗୁ ୬ମାସ ହେଲା ଗ୍ରାହକ ଠକାମିର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ଇନ୍ସପେକ୍ଟର ସାଗରିକା ସାବତ କିଛି କହି ନ ଥିବାବେଳେ ଆସିଷ୍ଟାଣ୍ଟ କଣ୍ଟ୍ରୋଲର ବିଶ୍ୱାଳ ମେଶିନରେ ତ୍ରୁଟି ଯୋଗୁ ଏପରି ହୋଇଛି, ସମସ୍ତ ରିପୋର୍ଟ ଜିଲାପାଳଙ୍କୁ ଦିଆଯିବ ବୋଲି କହିଛନ୍ତି। ଏନେଇ କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡି କହିଛନ୍ତି ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏନେଇ ମାଲିକ ସନୋଜ କୁମାର ସାହୁ କହିଛନ୍ତି, ସେ କମ୍ପାନୀରୁ ଫ୍ରାଞ୍ଚାଇଜ ନେଇଥିବାବେଳେ ଇନ୍ସପେକ୍ଟର ସାବତ ଷ୍ଟାପିଂ କରିଥିଲେ। ତ୍ରୁଟି ପାଇଁ କମ୍ପାନୀ ଓ ସମ୍ପୃକ୍ତ ଅଧିକାରୀ ଦାୟୀ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri