କରତକଳ ଉପରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ

ବନ୍ତ,୨୫।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ପଧାନପଡ଼ା କେନାଲ ଛକ ନିକଟରେ ଥିବା ଏକ କରତକଳ ଉପରେ ଜିଲା ବନ ବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ ହୋଇଛିା ଉକ୍ତ କରତକଳ ପଧାନପଡ଼ା ଗ୍ରାମର ସେକ୍‌ ରହେବର ଅଲ୍ଲୀଙ୍କର ବୋଲି ସୂଚନା ମିଳିଛି। ଭାରପ୍ରାପ୍ତ ଡିଏଫଓ(ଜିଲା ବନ ବିଭାଗ ଅଧିକାରୀ) ସାଧନା ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭଦ୍ରକ ରେଞ୍ଜ ଅଧିକାରୀ ରଞ୍ଜିତ୍‌ କୁମାର ମହାନ୍ତି, ଧାମନଗର ରେଞ୍ଜ ଅଧିକାରୀ କୁଶ ଚରଣ ସିଂ, ଡେପୁଟି ରେଞ୍ଜର ରାଜ କିଶୋର ଦାସଙ୍କ ସମେତ ବନକର୍ମଚାରୀ ଓ ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସଙ୍କ ସହାୟତାରେ ଏହି ଚଢ଼ାଉ ହୋଇଥିଲା। ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁଙ୍କ ଉପସ୍ଥିତିରେ କରତକଳରେ ବ୍ୟବହୃତ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ କରାଯାଇଛି। ସକାଳ ୯ଟାରୁ ଏହି ଚଢାଉ ହୋଇଥିଲା। ଉକ୍ତ କରତ କଳ ବେଆଇନ ଭାବେ ଚାଲୁଥିବା ନେଇ ଅଭିଯୋଗ ହୋଇଥିଲା।