ଚଢ଼ାଉ ବେଳେ ଆଇଆଇସିଙ୍କୁ ଆକ୍ରମଣ: ପଥର ମାଡ଼ରେ ଥାନା ଗାଡ଼ି ଭାଙ୍ଗିଲା

ଉଦଳା, ୧୮।୧୨(ସନ୍ତୋଷ କୁମାର ବାଚ୍ଛିନୀ)-ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣ ରୋକିବାକୁ ଚଢ଼ାଉ ବେଳେ ସଂଘବଦ୍ଧ ଆକ୍ରମଣରେ ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଆଇଆଇସି ପ୍ରକାଶ କୁମାର ରଥ ଆହତ ହୋଇଛନ୍ତି। ଚୋରାଚାଲାଣକାରୀଙ୍କ ପଥର ମାଡ଼ରେ ଥାନା ଗାଡ଼ି ଭାଙ୍ଗିରୁଜି ଯାଇଛି। ଏନେଇ ଥାନାରେ ଏକ ମାମଲା (ନଂ.୩୧୧/୨୪) ରୁଜୁ ହୋଇଛି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। କପ୍ତିପଦା ଥାନା ଅଧୀନ କପ୍ତିପଦା ଗଁାରେ ବୁଧବାର ପୂର୍ବାହ୍ନରେ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କପ୍ତିପଦା ତହସିଲଦାର ଏବଂ ପୋଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। କପ୍ତିପଦା ଗଁାର ଗୋଟିଏ ସ୍ଥାନରେ ବ୍ୟାପକ ପରିମାଣର ବାଲି ବେଆଇନ ଭାବେ ଗଚ୍ଛିତ ରଖାଯାଇଥିବା ଦେଖିବାକୁ ପାଇଥିଲେ। ଉକ୍ତ ବାଲି ବାବଦରେ ପଚାରିବା ସମୟରେ ଘେରା ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀଙ୍କ ସମେତ ୫ରୁ ୬ଜଣ ମହିଳା ସଂଘବଦ୍ଧ ଭାବେ ଆଇଆଇସି ରଥଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣକାରୀଙ୍କ ପଥର ମାଡ଼ରେ ଆଇଆଇସି ଆହତ ହେବା ସହ ଥାନା ଗାଡ଼ି ଭାଙ୍ଗିରୁଜି ଯାଇଥିଲା। କପ୍ତିପଦା ମେଡିକାଲରେ ଆଇଆଇସି ଚିକିତ୍ସିତ ହେବା ପରେ କାର୍ଯ୍ୟରେ ଯୋଗ ଦେଇଥିଲେ।

ଏହି ଘଟଣା ପରେ ମାଇନିଂ ବିଭାଗ ଅଧିକାରୀ, କପ୍ତିପଦା ତହସିଲଦାରଙ୍କ ସମେତ ପରିବହନ ବିଭାଗ ଅଧିକାରୀଙ୍କୁ ନେଇ ଥାନା ପରିସରରେ ଆଲୋଚନା ହୋଇଥିଲା। ପୁନଶ୍ଚ ସମସ୍ତେ ୧ ପ୍ଲାଟୁନ ପୋଲିସ ସହାୟତାରେ ମିଳିତ ଭାବେ ଉକ୍ତ ଗ୍ରାମରେ ପହଞ୍ଚତ୍ଥିଲେ। ନିକଟରେ ପ୍ରବାହିତ ସୋନ ନଦୀରୁ ବେଆଇନ ଭାବେ ଉତ୍ତୋଳନ କରି ବିକ୍ରି ଉଦ୍ଦେଶ୍ୟରେ ଗଚ୍ଛିତ ରଖାଯାଇଥିବା ପ୍ରାୟ ୨୦ ଟ୍ରାକ୍ଟର ବାଲି ଜବତ କରି ଥାନାକୁ ନିଆଯାଇଛି। ଆକ୍ରମଣକାରୀମାନେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ ବୋଲି ଆଇଆଇସି ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନା ଯାଇଥିବା ବେଳେ ପଡ଼ିଗଲା କାନ୍ଥ, ଅକାଳରେ ଚାଲିଗଲା ଜୀବନ

ପାଇକମାଳ,୨୮ା୧( ବଡ ଶତପଥୀ) : ବରଗଡ଼ ଜିଲା ପାଇକମାଳ ବ୍ଲକ୍ ମାଣ୍ଡୋସିଲ ଗାଁରେ ଅଭାବନୀୟ ଘଟଣା । ମଙ୍ଗଳବାର ଭୋର ୫ଟାରେ ପାଇଖାନା କାନ୍ଥ ପଡ଼ି ଜଣେ…

ନବନିର୍ମାଣ କୃଷକ ସଙ୍ଗଠନର ଓଡ଼ିଶା ବନ୍ଦ ଡାକରା, ଥୁଆମୂଳ ରାମପୁରରେ ମିଶ୍ରିତ ପ୍ରଭାବ

ଥୁଆମୂଳ ରାମପୁର, ୨୮ା୧ (ଦୁର୍ଗା କୀର୍ତ୍ତି): ରାଜ୍ୟରେ ଧାନ ବିକ୍ରିରେ ଅବ୍ୟବସ୍ଥା, ସ୍ମାର୍ଟ ମିଟର ନାମରେ ଟାଟା ପାୱାରର ଶୋଷଣ ଏବଂ ପରିବହନ କ୍ଷେତ୍ରରେ ମାତ୍ରାଧିକ ଜରିମାନା…

ଶେଷ କଲ୍‌, ଶେଷ ଉଡ଼ାଣ… ଅଜିତ ପାଓ୍ବାରଙ୍କ ପରିଚାରିକା ପିଙ୍କି ମାଲିଙ୍କ କାହାଣୀ ସମସ୍ତଙ୍କ ଆଖିରେ ଆଣିବ ଲୁହ

ମୁମ୍ବାଇ,୨୮ା୧: ବାରାମତି ବିମାନ ଦୁର୍ଘଟଣାରେ ବୁଧବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଦେହାନ୍ତ ହୋଇଛି। ଏହି ଦୁର୍ଘଟଣାରେ ଅଜିତ ପାଓ୍ବାରଙ୍କ ସମେତ ଆଉ ୫ ଜଣଙ୍କର ମଧ୍ୟ…

ରାଉରକେଲାକୁ ୮୮୮୪ କୋଟିର ଭେଟି, ବମ୍ପର ନିଯୁକ୍ତି ସୃଷ୍ଟି ହେବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୮।୧: ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା…

କିଏ ସେହି ମହିଳା ପାଇଲଟ ? ଯିଏ ଚଲାଉଥିଲେ ଅଜିତଙ୍କ ବିମାନ

ପୁଣେ,୨୮।୧: ଏକ ଦୁଖଦଃ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ମୃତକ ୫ ଜଣଙ୍କ ମଧ୍ୟରେ ବିମାନର କୋ-ପାଇଲଟ୍ ଶମ୍ଭାବୀ ପାଠକ ମଧ୍ୟ…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

ଏମିତି ଭୟଙ୍କର ଥିଲା ବିମାନ ଦୁର୍ଘଟଣାସ୍ଥଳ: ଅଜିତ ପାଓ୍ବାରଙ୍କୁ ଚିହ୍ନିବାରେ ସାହାଯ୍ୟ କଲା ତାଙ୍କ…

ମୁମ୍ବାଇ,୨୮ା୧: ବୁଧବାର ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ମୃତ୍ୟୁ ଘଟିଛି। ବିମାନରେ ଥିବା ସମସ୍ତ ୬ ଜଣ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।…

ଦିଗପହଣ୍ଡିରେ ବନ୍ଦ ପ୍ରଭାବ ଶୂନ୍ୟ: ସବୁ ଖୋଲା, ଗାଡ଼ି ଚଳାଚଳ ବି ସ୍ବାଭାବିକ

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ ନବ ନିର୍ମାଣକୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଡାକରା ଦିଆଯାଇଥିବା ୮ ଘଣ୍ଟିଆ ବନ୍ଦ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri