ନୱାଜ ଶରିଫଙ୍କ ଲଣ୍ଡନ ସ୍ଥିତ କାର୍ଯ୍ୟାଳୟ ଉପରେ ଆକ୍ରମଣ: ୪ ଅଭିଯୁକ୍ତ ଗିରଫ

ଲଣ୍ଡନ,୪ ।୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ ଲିଗ-ନୱାଜ(ପିଏମଏଲ-ଏନ)ର ସୁପ୍ରିମୋ ନୱାଜ ଶରିଫଙ୍କ ଲଣ୍ଡନ ସ୍ଥିତ କାର୍ଯ୍ୟାଳୟରେ ରବିବାର ରାତିରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ଖବର ଅନୁଯାୟୀ, ରବିବାର ଶରିଫଙ୍କ ଲଣ୍ଡନ ସ୍ଥିତ କାର୍ଯ୍ୟାଳୟରେ ୧୫-୨୦ ଜଣ ଆକ୍ରମଣ କରିଥିଲେ । ଯେଉଁମାନଙ୍କ ମଧ୍ୟରୁ କେତେଜଣ ଫେଓ ମାସ୍କ ପିନ୍ଧିଥିଲେ । ସେଠାରେ ଥିବା (ପିଏମଏଲ-ଏନ)ର କେତେଜଣ କର୍ମୀ ଓ ଆକ୍ରମଣକାରୀ ମୁହାଁମୁହିଁ ହେବା ଫଳରେ ୩ ଜଣ ଆହତ ହୋଇଥିବା ଜଣାପଡିଛି ।
ଏହି ଆକ୍ରମଣରେ ପୋଲିସ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାରୁ ଜଣାପଡିଛି କି ପୋଲିସ ୨ ଆକ୍ରମଣକାରୀ ଓ ୨ ପିଏମଏଲ-ଏନ କର୍ମୀଙ୍କୁ ଗିରଫ କରିଛି । ଗୋଟିଏ ପଟେ ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବର ଭୋଟିଂ ଥିବା ବେଳେ ଅନ୍ୟପଟେ ଶରିଫଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କୁହାଯାଉଛି । ତେବେ ଶରିଫଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ତାଙ୍କ ଝିଅ ମରିୟମ କହିଛନ୍ତି ଇମ୍ରାନ ଖାଁଙ୍କୁ ଉସକାଇବା ଓ ଦେଶଦ୍ରୋହ ମାମଲାରେ ଗରିଫ କରାଯିବା ଉଚିତ ।

Share