ନକଲି ଜର୍ଦ୍ଦା କାରଖାନାରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ

ଭଦ୍ରକ ଅଫିସ,୨୩।୧: ଭଦ୍ରକ ଜିଲା ପୁରୁଣାବଜାର ଥାନା ଅଞ୍ଚଳରୁ ନକଲି ଜର୍ଦ୍ଦା କାରଖାନା ଠାବ ହୋଇଛି। ତେବେ ପୋଲିସ ଆଖିରେ ଧୂଳି ଦେଇ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।
ସୂଚନାନୁଯାୟୀ, ପୁରୁଣାବଜାର ଥାନା ଅନ୍ତର୍ଗତ ଛଡ଼ାକମହଲା ଅଞ୍ଚଳରେ ଏକ ଘରେ ନକଲି ଜର୍ଦ୍ଦା କାରଖାନା ଚାଲୁଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ରାତିରେ ପୁରୁଣାବଜାର ପୋଲିସର ଏକ ଟିମ ଚଢ଼ାଉ କରି, ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା, ବିଭିନ୍ନ ନାମୀଦାମୀ କମ୍ପାନୀର ଲୋଗୋ, ଯନ୍ତ୍ରାଂଶ ସହ ଏଥିରେ ବ୍ୟବହୃତ ଅନେକ ସାମଗ୍ରୀ ଜବତ କରିଛି। ମାତ୍ର ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହୋଇଥିବା ଜଣାପଡିଛି।