ନକଲି ଘିଅ କାରଖାନାରେ ଚଢ଼ାଉ : ୫୦ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

କଟକସଦର,୨୬।୧୧(ଡି.ଏନ୍‌.ଏ.)- କଟକସଦର ଥାନା ହରିଅନ୍ତା ପଞ୍ଚାୟତ ଉଲ୍ଲାର ଗ୍ରାମରେ ଥିବା ଏକ ନକଲି ଘିଅ କାରଖାନାରେ ପୋଲିସ ଗୁରୁବାର ଚଢ଼ାଉ କରି ବିଭିନ୍ନ ନାମୀଦାମୀ ଘିଅ କମ୍ପାନୀର ଲୋଗୋ, ଜରି ପ୍ୟାକେଟ, ନକଲି ଘିଅ ପ୍ରସ୍ତୁତ ପାଇଁ ସାମଗ୍ରୀ, ଓଜନ ଯନ୍ତ୍ରୀ ସମେତ ବିଭିନ୍ନ ସାମଗ୍ରୀ ଜବତ କରିଛି। ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୫୦ଲକ୍ଷ ଟଙ୍କା ହେବ ବୋଲି ମାଲଗୋଦାମ ଥାନାଧିକାରୀ ରବିନାରାୟଣ ଭଞ୍ଜ କହିଛନ୍ତି। ଏହାସହ କାରଖାନା ମାଲିକଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି। ଏ ନେଇ ମାଲଗୋଦାମ ଥାନାରେ ଏକ ମାମଲା(ନଂ.୨୩୩/୨୦) ରୁଜୁ ହୋଇଛି।