Categories: ଜାତୀୟ

ସିଆର୍‌ପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ଆକ୍ରମଣ: ଜଣେ ଯବାନ ଶହୀଦ୍‌, ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୩୦।୮: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ ଜାରି ରହିଛି। ଶନିବାର ବିଳମ୍ବିତ ରାତ୍ରରେ ସିଆର୍‌ପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଶ୍ରୀନଗର ଜିଲାର ପନ୍ଥ ଚୌକ ଅଞ୍ଚଳରେ ଏଭଳି ଘଟିଛି। ଏନ୍‌ କାଉଣ୍ଟର କରାଯାଇଥିବା ଆତଙ୍କବାଦୀଙ୍କ ମୃତଦେହ ଜବତ କରାଯାଇଛି। ଏହା ସହିତ ବନ୍ଧୁକ, ଗୁଳି, ଗୋଳା ଆଦି ମଧ୍ୟ ଜବତ ହୋଇଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଦୁଇ ଦିନ ମଧ୍ୟରେ ଜମ୍ମୁ-କଶ୍ମୀରରେ ୧୦ ଜଣ ଆତଙ୍କବାଦୀଙ୍କର ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଛି। ଶୁକ୍ରବାର କଶ୍ମୀରରେ ଏନ୍‌କାଉଣ୍ଟରରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଶନିବାର ସକାଳେ ଜଦୁରାରେ ସର୍ଚ୍ଚ ଅପରେଶନ୍‌ ସମୟରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା ଏବଂ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲେ।

Share