BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ସାମୁହିକ ଛୁଟିରେ ଗଲା ବରଗଡ଼ ଓଏଏସ୍‌ ସଂଘ

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ): ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ(BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ସୋମବାର ହୋଇଥିବା ଆକ୍ରମଣକୁ ନେଇ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଘଟଣାର ପ୍ରଭାବ ବରଗଡ଼ ଜିଲାରେ ମଧ୍ୟ ପଡିଛି। ଆକ୍ରମଣ ଘଟଣାକୁ ବରଗଡ଼ ଜିଲା ଓଏଏସ୍‌ ସଂଘ ଦୃଢ ନିନ୍ଦା କରିଛି। ଏହି କ୍ରମରେ ମଙ୍ଗଳବାର ସଂଘ ତଥା ଜିଲାରେ କାର୍ଯ୍ୟରତ ୪୨ ଜଣ ଓଏଏସ୍‌ ଅଧିକାରୀ ଏବଂ ୨୨ ଜଣ ଓଆର୍‌ଏସ୍‌ ଅଧିକାରୀଙ୍କୁ ମିଶାଇ ସମୁଦାୟ ୬୫ ଜଣ ଅଧିକାରୀ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ରହିବା ପାଇଁ ଜିଲାପାଳଙ୍କୁ ଏକ ଆବେଦନପତ୍ର ପ୍ରଦାନ କରିଛନ୍ତି। ଆବେଦନ ପତ୍ର ପ୍ରଦାନ ସମୟରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କ ସମେତ ଜିଲାର ସମସ୍ତ ବରିଷ୍ଠ ଓଏଏସ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାର ତଥା ଅନ୍ୟ ଓଏଏସ ଏବଂ ଓଆରଏସ୍‌ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନି ଗ୍ୟାସ୍‌ ସିଲିଣ୍ଡର, ବିକଳ୍ପ ଚୁଲା କଲେ ହୋଟେଲ ମାଲିକ, ଜାଣିଲେ ହୋଇଯିବ ତାଜୁବ

ବଲାଙ୍ଗୀର,୨୫ା୩(ବୀରେନ୍ଦ୍ର କୁମାର ଝାଙ୍କର): ଆମେରିକା-ଇସ୍ରାଏଲ-ଇରାନ୍‌ ଯୁଦ୍ଧ ପରେ ଭାରତରେ ଦେଖାଦେଇଥିବା ଏଲପିଜି ଗ୍ୟାସ୍‌ ସିଲିଣ୍ଡର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏହାର ପ୍ରଭାବ ବଲାଙ୍ଗୀରରେ ବିଶେଷକରି…

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri