Categories: ଜାତୀୟ

ଟେକା ମାଡ଼ରେ ଭାଜପା ପ୍ରାର୍ଥୀ ଗୁରୁତର

ଚଣ୍ଡିଗଡ଼,୧୫।୨: ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ପଞ୍ଜାବ ଗିଲ୍‌ ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ସୁଚାରାମ ଲାଧାରଙ୍କ କାରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଫଳରେ ସେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୁଚାରାମ ଲୁଧିଆନାର ଏକ ଗ୍ରାମରେ ପ୍ରଚାର ସାରି ଫେରୁଥିବାବେଳେ ତାଙ୍କ କାର୍‌ ଉପରକୁ ଇଟା ଫିଙ୍ଗିଥିଲେ। ତାଙ୍କୁ ଲୁଧିଆନା ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଆକ୍ରମଣ ପୂର୍ବରୁ ସେ ଲୁଧିଆନାରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ନିର୍ବାଚନୀ ସଭାରେ ଉପସ୍ଥିତ ଥିଲେ।

Share