Categories: ଜାତୀୟ

ପଶ୍ଚିମବଙ୍ଗରେ ବହିଲା ରକ୍ତର ନଦୀ

କୋଲକାତା,୧୮ ।୨:ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲା ନିମଟିଟା ରେଲୱେ ଷ୍ଟେଶନରେ ବୁଧବାର ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ହୋଇଥିବା ବୋମା ମାଡରେ ମନ୍ତ୍ରୀ ଜାକିର ହୁସେନ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମନ୍ତ୍ରୀଙ୍କ ସହ ଅନ୍ୟ ୨ ବ୍ୟକ୍ତି ମଧ୍ୟ ଆହତ ହୋଇଥିବା ସୂଚନା ଦେଇଛି ପୋଲିସ । ରେଳ ମନ୍ତ୍ରୀ ପିୟୁଷ ଗୋଏଲ ଘଟଣାର ନିନ୍ଦା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୁର୍ସିର୍ଦାବାଦ ମେଡିକାଲ କଲେଜ ସୁପରିଣ୍ଟେଣ୍ଡେଣ୍ଟଙ୍କ ସୂଚନା ଅନୁଯାୟୀ ମନ୍ତ୍ରୀଙ୍କ ଅବସ୍ଥା ସ୍ଥିର ଥିବା ବେଳେ ସେ ବିପଦମୁକ୍ତ ଅଛନ୍ତି । ତାଙ୍କର ହାତ ଓ ଗୋଡରେ ଗଭିର ଆଘାତ ଲାଗିଛି ।

Share