ଅଭିନେତ୍ରୀଙ୍କୁ ଆକ୍ରମଣ

ମୁମ୍ବାଇ: ନିକଟରେ ଜଣେ ଅଜଣା ଆକ୍ରମଣର ଶିକାର ହୋଇଛନ୍ତି ଅଭିନେତ୍ରୀ ଶାଲୁ ଚୌରାସିଆ। ତାଙ୍କୁ ଏକ ଅଜଣା ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କ ମୋବାଇଲ ଫୋନ ଛଡ଼ାଇ ନେବା ସହିତ ତାଙ୍କୁ ଆକ୍ରମଣ କରାଯାଇଛି । ଟୋନି ବନଜାରା ପାହାଡର କେବିଆର ପାର୍କ ନିକଟରେ ଶାଲୁ ବୁଲୁଥିବା ସମୟରେ ତାଙ୍କୁ ଆକ୍ରମଣ କରାଯାଇଛି ।

ଏ ନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଶାଲୁ କହିଛନ୍ତି ଯେ, ଜଣେ ବ୍ୟକ୍ତି ପ୍ରଥମେ ତାଙ୍କ ଟଙ୍କା ଏବଂ ମୂଲ୍ୟବାନ ସାମଗ୍ରୀ ଦେବାକୁ କହିଥିଲେ , ସେ ବିରୋଧ କରିବାରୁ ବ୍ୟକ୍ତି ଜଣଙ୍କ ତାଙ୍କ ମୁହଁରେ ଆଘାତ ଦେଇଥିଲେ। ଏହାପରେ ତାଙ୍କୁ ପଥରରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ପରେ ତାଙ୍କ ମୋବାଇଲ ଛଡାଇ ନେଇଥିଲେ।
ତେବେ ଏହି ଆକ୍ରମଣରେ ତାଙ୍କ ଆଖି ଏବଂ ମୁଣ୍ଡରେ ଆଘାତ ଲାଗିଛି ଓ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିନେତ୍ରୀଙ୍କ ଅଭିଯୋଗ ଉପରେ ବନଜାରା ହିଲ୍ସ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Share