ବାପଘରେ ଭାଉଜଙ୍କୁ ଦିଅରଙ୍କ ଆକ୍ରମଣ

ଡେରାବିଶ,୧୯ା୬ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ବସପୁର ପଞ୍ଚାୟତ ଅନ୍ତର୍ଗତ ହାଟବାଣପୁର (ଜହ୍ନିମୂଳ) ଗାଁରେ ପାରିବାରିକ ଗଣ୍ଡଗୋଳକୁ ନେଇ ରବିବାର ନୃସିଂହ ଚରଣ ସାହୁଙ୍କ ଝିଅ ଜିନମୟୀଙ୍କୁ ତାଙ୍କ ଦିଅର ରମାକାନ୍ତ ସାହୁ କଟୁରିରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ରମାକାନ୍ତଙ୍କୁ ଗାଁ ଲୋକଙ୍କ ହାତରେ ଧରି ପଡ଼ିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ରମାକାନ୍ତ ଓ ତାଙ୍କ ୨ ସହଯୋଗୀ ଯୁବକଙ୍କୁ ଗିରଫ କରିଛି। ଏ ନେଇ ଥାନାରେ ନଂ. ୪୬୪/୨୩ରେ ମାମଲା ରୁଜୁ ହୋଇଛି।
ହାଟବାଣପୁର ଗ୍ରାମର ନୃସିଂହଙ୍କ ଝିଅ ଜିନମୟୀ (୩୦) ୬ ବର୍ଷ ତଳେ କଟକ ଜିଲା ନେମାଳ ଥାନା ଅନ୍ତର୍ଗତ ତିଲକଣା ଗାଁରେ ବିବାହ କରିଥିଲେ। ସେଠାରେ ସେ ୨ ବର୍ଷ ରହିବା ପରେ ତାଙ୍କର ଏକ ଝିଅ ହୋଇଥିଲା। ହେଲେ ଜିନମୟୀଙ୍କୁ ତାଙ୍କ ଶ୍ୱଶୁର ଘର ଲୋକ ନିର୍ଯାତନା ଦେବା କାରଣରୁ ସେ ବାପଘରକୁ ୩ ବର୍ଷ ହେଲା ପଳାଇ ଆସଛନ୍ତି। ନିଜର ଓ ନିଜ ଝିଅର ଭରଣ ପୋଷଣ ପାଇଁ ବିଚାରାଳୟରେ ସ୍ବାମୀଙ୍କ ନାମରେ ମାମଲା ରୁଜୁ କରିଥିଲେ। ଯେଉଁ କେସର ସୋମବାର ଶୁଣାଣି ହେବାର ତାରିଖ ରହିଛି। ହେଲେ ରବିବାର ଜିନମୟୀଙ୍କ ୪ ବର୍ଷୀୟା ଝିଅର ଜନ୍ମଦିନ ପାଳନ ଚାଲିଥିବା ବେଳେ ଦିଅର ରମାକାନ୍ତଙ୍କ ସହ ଅନ୍ୟ ୨ଜଣ ଯୁବକ ଏକ ବାଇକ୍‌ରେ ତାଙ୍କ ବାପଘରେ ପହଞ୍ଚତ୍ ଥିଲେ। ଝିଅର ଜନ୍ମଦିନ ପାଳନ ପାଇଁ ରୋଷେଇବାସ କରାଯାଇଥିବାରୁ ଖିଆପିଆ ମଧ୍ୟ କରିଥିଲେ। ହେଲେ ଭାଉଜ ସହ ଚାଲିଥିବା ମାମଲାର ସମାଧାନ ପାଇଁ ଦିଅର ଏକାନ୍ତରେ କଥା ହେବା ପାଇଁ ଚାହିଁବାରୁ ପରିବାର ଲୋକ ପଦାକୁ ଆସିଥିଲେ। ମାତ୍ର କିଛି ସମୟ ପରେ ଜିନମୟୀ ଚିତ୍କାର କରିଥିଲେ। ପରିବାର ଲୋକ ଘର ଭିତରକୁ ପଶି ଦେଖିଲେ ଯେ ଜିନମୟୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଏକ କଟୁରୀରେ ତାଙ୍କ ଦିଅର ଚୋଟ ମାରି ଗୁରୁତର କରି ପକାଇଛନ୍ତି। ଏହା ଦେଖି ପରିବାର ଲୋକ ବଡ଼ପାଟି କରି ଡାକିବାରୁ ଗଁାର ଲୋକମାନେ ଜମା ହୋଇ ଯାଇଥିଲେ। ଏହି ସମୟରେ ଖସିଯିବାକୁ ଉଦ୍ୟମ କରୁଥିବା ଜିନମୟୀଙ୍କ ରମାକାନ୍ତ ଓ ଅନ୍ୟ ୨ ସହଯୋଗୀଙ୍କୁ ଗ୍ରାମବାସୀ କାବୁ କରି ବାନ୍ଧି ପକାଇ ଥିଲେ। ପରେ ଏ ସମ୍ପର୍କରେ ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚତ୍ ପ୍ରଥମେ ଗୁରୁତର ଜିନମୟୀଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ ସେମାନଙ୍କଠାରୁ ବ୍ୟବହୃତ କଟୁରୀ, ବାଇକ୍‌ ଓ ବିଷ ବୋତଲକୁ ଜବତ କରାଯାଇଛି। ତେବେ ଜିନମୟୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏପଟେ ପୋଲିସ୍‌ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri