ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣା: ଉଭୟ ପକ୍ଷର ୨ ଅଭିଯୁକ୍ତ ସୂର୍ଯ୍ୟ, ରଘୁନାଥଙ୍କୁ …

ଦିଗପହଣ୍ଡି,୭।୮(ଅଶେଷ ନାଥ ମିଶ୍ର) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣାରେ ସମ୍ପୃକ୍ତ ସାନଖେମୁଣ୍ଡି ବ୍ଳକ ପଳାସପୁର ନିକଟ ରତ୍ନମଣିପୁର ଗ୍ରାମର ସୂର୍ଯ୍ୟ ରେଡ୍ଡୀ ଏବଂ ରଘୁନାଥ ରେଡ୍ଡୀଙ୍କୁ ଗୁରୁବାର ପାଟପୁର ପୋଲିସ ଗିରଫ କରିଛି। ଗତ ବୁଧବାର ସକାଳ ଠାର ସନ୍ଧ୍ୟା ଯାଏ ଉଭୟ ପରିବାର ମଧ୍ୟରେ ବଚ୍‌ସା ସହ ପରେ ଧସ୍ତାଧସ୍ତି ହୋଇଥିଲା ।ଉଭୟପକ୍ଷ ପାଟପୁର ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତ ମାନଙ୍କ ନାଁରେ କେସ୍‌ ନଂ.୨୨୧/୨୬ ଏବଂ ୨୨୨/୨୬ ପୃଥକ ମକଦ୍ଦମା ରୁଜୁକରି ତଦନ୍ତ ଚଳାଇଥିଲେ। ତଦନ୍ତକାରୀ ଅଧିକାରୀ ଏଏସଆଇ ସୁଧିର ନାୟକ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ)ର ଧାରା – ୩୫(୩) ଅନୁଯାୟୀ ନୋଟିସ ଦେଇ କୋର୍ଟରେ ହାଜର ହେବାକୁ ସର୍ତ୍ତରେ ଛାଡିଥିବା ଜଣାପଡିଛି।

Odisha’s No.1 Odia Daily