ପାକିସ୍ତାନରେ ଥମୁନି ଅତ୍ୟାଚାର: ହିନ୍ଦୁ ଯୁବତୀଙ୍କୁ ଅପହରଣ ପରେ ଧର୍ମପରିବର୍ତ୍ତନ…

ଇସଲାମାବାଦ,୧୬।୩ : ହିନ୍ଦୁ ଯୁବତୀମାନଙ୍କୁ ଅପହରଣ ଏବଂ ବାଧ୍ୟତାମୂଳକ ଧର୍ମପରିବର୍ତ୍ତନ ପ୍ରକ୍ରିୟା ପାକିସ୍ତାନରେ ଥମୁନି। ସମ୍ପ୍ରତି ଆଉ ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ୨୦ ବର୍ଷ ବୟସ୍କ ହିନ୍ଦୁ ଯୁବତୀଙ୍କୁ ଅପହରଣ କରି ଜବରଦସ୍ତ ଧର୍ମପରିବର୍ତ୍ତନ କରାଯାଇଥିଲା।

ସିନ୍ଧର ଥାରପାରକର ଜିଲାର ମାଲହି ଗାଁର ବାସିନ୍ଦା ଇଶ୍ୱର ଭିଲ କହିଛନ୍ତି ଯେ ଡାକ୍ତରଖାନାରୁ ଫେରୁଥିବା ବେଳେ ମିରପୁର-ଖାସୋର ଶିଖନ୍ଦର ବାଜିର ତାଙ୍କ ୨୦ ବର୍ଷ ବୟସ୍କା ଝିଅ ଗୁଡି ଭିଲଙ୍କୁ ମାର୍ଚ୍ଚ ୮ ରେ ଅପହରଣ କରି ନେଇଥିଲେ। ସେ ତାଙ୍କ ଭାଇଙ୍କ ପାଇଁ ଜ୍ୱର ଔଷଧ ଆଣିବାକୁ ଡାକ୍ତରଖାନା ଯାଇଥିଲେ।

ପୀଡିତାଙ୍କ ପିତା ଇଶ୍ୱର ଭେଲ କହିଛନ୍ତି ଯେ ତାଙ୍କ ଝିଅଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି। ଏନେଇ ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) ଏବଂ ଡେପୁଟି କମିଶନର (ଡିସି) ମିରପୁର ଖାସଙ୍କ ନିକଟରେ ଏକ ଦସ୍ତଖତପତ୍ର ଦାଖଲ କରିବାକୁ ବାଧ୍ୟ କରାଯାଉଛି।
ସେ ନିଜ ଇଚ୍ଛାରେ ଇସଲାମ ଧର୍ମ ଗ୍ରହଣ କରିଛନ୍ତି ଏବଂ ଏହା କରିବାକୁ ବାଧ୍ୟ କରାଯାଇ ନାହିଁ ବୋଲି ଦାବିପତ୍ରରେ ଦର୍ଶାଯାଇଛି।

ଏହାପୂର୍ବରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା ଯେଉଁଥିରେ ଜଣେ ହିନ୍ଦୁ ନାବାଳିକାକୁ ଅପହରଣ କରାଯାଇଥିଲା ଏବଂ ପୋଲିସ ମଧ୍ୟ ମାମଲା ରୁଜୁ କରିବାକୁ ମନା କରିଦେଇଥିଲା। ଉମରକୋଟର ତାଲହୋ ମାଲହୋ ଗାଁର ଭେରୋ କୋଲହିୟା କହିଛନ୍ତି ଯେ ତାଙ୍କ ନାବାଳିକା ଝିଅଙ୍କୁ ତାଙ୍କ ଗାଁର ପ୍ରଭାବଶାଳୀ ବ୍ୟକ୍ତିମାନେ ନିଶା ଦ୍ରବ୍ୟ ସେବନ କରାଇବା ପରେ ଅପହରଣ କରି ନେଇଥିଲେ। ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ପୋଲିସ ଏକ ନିଖୋଜ ମାମଲା ପଞ୍ଜୀକରଣ କରିବାକୁ ମନା କରିଦେଇଥିଲା।

Share