Posted inଖେଳ

ଏଟିପି ଫାଇନାଲ୍ସ: ଥିମ୍‌, ସିତ୍‌ସିପାସ ବିଜୟୀ

ଲଣ୍ଡନ, ୧୯।୧୧(ଏପି)- ଏଠାରେ ଚାଲିଥିବା ଏଟିପି (ଆସୋସିଏଶନ ଅଫ୍‌ ଟେନିସ ପ୍ରଫେଶନାଲ) ଫାଇନାଲ୍ସ ଟେନିସ ଟୁର୍ନାମେଣ୍ଟରେ ରାଫାଲ ନାଡାଲଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି ଡୋମିନିକ୍‌ ଥିମ୍‌। ଅନ୍ୟ ଏକ ମ୍ୟାଚରେ ଗତଥରର ଚାମ୍ପିୟନ ଷ୍ଟିଫାନୋସ ସିତ୍‌ସିପାସ ନବାଗତ ଆନ୍ଦ୍ରେ ରୁବଲେଭ୍‌ଙ୍କୁ ପରାସ୍ତ କରି ସେମିଫାଇନାଲ ଆଶା ଉଜ୍ଜୀବିତ କରିଛନ୍ତି। ଅଷ୍ଟ୍ରିଆର ଥିମ୍‌ ଟାଇବ୍ରେକରରେ ଦମ୍‌ଦାର ପ୍ରଦର୍ଶନ କରି ୨୦ ଥର ଚାମ୍ପିୟନ ସ୍ପେନର ନାଡାଲଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଥିମ୍‌ ୭-୬(୭), ୭-୬(୪) ସେଟ୍‌ରେ ବିଜୟୀ ହୋଇଛନ୍ତି। ଗତ ଜାନୁୟାରୀରେ ଅନୁଷ୍ଠିତ ଅଷ୍ଟ୍ରେଲିଆନ ଓପନ କ୍ୱାର୍ଟର ଫାଇନାଲ ପରେ ନାଡାଲଙ୍କୁ ପ୍ରଥମଥର ଭେଟିଥିଲେ ଥିମ୍‌। ମାତ୍ର ସେତେବେଳ ପରି ଏଥର ମଧ୍ୟ ଟାଇବ୍ରେକରରେ ସେ ପ୍ରଭାବୀ ପ୍ରଦର୍ଶନ କରି ସଫଳ ହୋଇଛନ୍ତି। ୟୁଏସ୍‌ ଓପନ ଚାମ୍ପିୟନ ଥିମ୍‌ ଗତ ରବିବାର ସିତ୍‌ସିପାସଙ୍କୁ ହରାଇ ଅଭିଯାନ ଆରମ୍ଭ କରିଥିଲେ। ଅନ୍ୟପକ୍ଷରେ ରୁବଲେଭ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛନ୍ତି। ନିଜର ଦ୍ୱିତୀୟ ମ୍ୟାଚରେ ସେ ସିତ୍‌ସିପାସଙ୍କଠାରୁ ୧-୬, ୬-୪, ୬(୬)-୭ ସେଟ୍‌ରେ ପରାସ୍ତ ହୋଇଛନ୍ତି। ପ୍ରଥମ ମ୍ୟାଚରେ ସେ ନାଡାଲଙ୍କଠାରୁ ହାରିଥିଲେ। ଅନ୍ୟପକ୍ଷରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ନାଡାଲ ଦ୍ୱିତୀୟ ମ୍ୟାଚରେ ପରାଜିତ ହୋଇଥିବାରୁ ସେମିଫାଇନାଲରେ ପହଞ୍ଚତ୍ ପାରିନାହାନ୍ତି। ସେ ଗୁରୁବାର ସିତ୍‌ସିପାସଙ୍କୁ ଭେଟିବେ। ଏହି ମ୍ୟାଚରେ ବିଜୟୀ ହେଲେ ସେମିଫାଇନାଲ ପ୍ରବେଶ ସୁଯୋଗ ସୃଷ୍ଟି ହେବ। ପୂର୍ବରୁ ସେ କେବେହେଲେ ଏଟିପି ଫାଇନାଲ୍ସ ଟାଇଟଲ ଜିତିପାରି ନାହାନ୍ତି। ମ୍ୟାଚପରେ ନାଡାଲ ଥିମ୍‌ଙ୍କୁ ପ୍ରଶଂସା କରିଥିଲେ ହେଁ ଉଭୟ ଭଲ ପ୍ରଦର୍ଶନ କରିଥିବା ପ୍ରକାଶ କରିଛନ୍ତି। ”ଆମେ ଦୁହେଁ ଉଚ୍ଚସ୍ତରର ପ୍ରଦର୍ଶନ ଦେଇଥିଲୁ। ମାତ୍ର ଉଚିତ ସମୟରେ ସେ ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇଦାରେ ରହିଲେ। ଆଗାମୀ ମ୍ୟାଚକୁ ନେଇ ମୁଁ ଦୃଢ଼ ଆଶାୟୀ“ ବୋଲି ନାଡାଲ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ କ୍ୟାରିୟରରେ ଏହା ତାଙ୍କର ଅନ୍ୟତମ ଶ୍ରେଷ୍ଠ ପ୍ରଦର୍ଶନ ଥିଲା ବୋଲି ଥିମ୍‌ ପ୍ରକାଶ କରିଛନ୍ତି। ଟୁର୍ନାମେଣ୍ଟରେ ପ୍ରଥମଥରପାଇଁ ଇଲେକ୍ଟ୍ରୋନିକ୍‌ ଲାଇନ୍‌ କଲିଂ ବ୍ୟବହାର କରାଯାଉଛି। ତେଣୁ ବଲ୍‌ ଇନ୍‌ କିମ୍ବା ଆଉଟ୍‌ କ୍ଷେତ୍ରରେ ଖେଳାଳିମାନେ ଚ୍ୟାଲେଞ୍ଜ୍‌ କରିପାରିବେ ନାହିଁ। ମାତ୍ର ଡବଲ ବାଉନ୍ସ ପରି ଅନ୍ୟ ବିବାଦୀୟ ନିଷ୍ପତ୍ତି କ୍ଷେତ୍ରରେ ସେମାନେ ଭିଡିଓ ରିଭ୍ୟୁପାଇଁ ଆବେଦନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri