ଏଟିଏମ୍‌ ଲୁଟ୍‌ ଉଦ୍ୟମ, ଏନ୍‌ଏଚ୍‌ଏମ୍‌ କର୍ମଚାରୀଙ୍କୁ ଗିରଫ କଲା ପୋଲିସ

ଫୁଲବାଣୀ,୭ା୧(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସଞ୍ଜୟ ସ୍ମୃତି ମହିଳା ବିଦ୍ୟାଳୟ ସମ୍ମୁଖରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ହୋଇଛି  । ଟଙ୍କା ଲୁଟିବା ଲାଗି ଏଟିଏମ୍‌ କାଉଣ୍ଟର ଭଙ୍ଗାରୁଜା କରାଯାଇଛି । ଏହି ଘଟଣାରେ ଜିଲା ଜାତୀୟ ସ୍ବାସ୍ଥ୍ୟ ମିଶନ(ଏନ୍‌ଏଚ୍‌ଏମ୍‌)ର ଜଣେ କର୍ମଚାରୀ ଗିରଫ ହୋଇଛନ୍ତି। ସେ ହେଲେ ଆଞ୍ଚଳିକ ଟିକା ଶୀତଳ ଭଣ୍ଡାର ପରିଚାଳକ(ଆରଭିସିସିଏମ୍‌) ରାଜେନ୍ଦ୍ର କୁମାର ଚାନ୍ଦ। ତାଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ। ଏଥିସହ ଏଟିଏମ୍‌ ଭାଙ୍ଗିବାରେ ବ୍ୟବହାର କରାଯାଇଥିବା ଶାବଳ, ଆରିପାତ, ଛୁରି ଆଦି ଜବତ କରାଯାଇଛି । ଅନ୍ୟପକ୍ଷରେ ଚାନ୍ଦଙ୍କ କହିବା ଅନୁସାରେ ଜିଲା କାର୍ଯ୍ୟକ୍ରମ ପରିଚାଳକ(ଡିପିଏମ୍‌)ଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରିଛି।

ଶନିବାର ବିଳମ୍ବିତ ରାତିରେ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ହେଉଥିବା ମୁମ୍ବାଇସ୍ଥିତ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ଜାଣିବାକୁ ପାଇଥିଲେ। ସେଠାରୁ ତୁରନ୍ତ ଫୁଲବାଣୀ ଟାଉନ ଥାନାକୁ ଖବର ଆସିଥିଲା। ଥାନା ଅଧିକାରୀ ସଦଳବଳ ପହଞ୍ଚି ଅଭିଯୁକ୍ତ ଚାନ୍ଦଙ୍କୁ କାବୁ କରି ଥାନାକୁ ଆଣିଥିଲେ। ଡିପିଏମ୍‌ଙ୍କ କହିବା ପ୍ରକାରେ, ଏପରି କରିଥିବା ଚାନ୍ଦ କହିବାରୁ ପୋଲିସ ରାତାରାତି ଡିପିଏମ୍‌ ମନୋରଞ୍ଜନ ସାହୁଙ୍କୁ ଥାନାକୁ ଆଣି ଜେରା କରିଥିଲା । ଦିନ ପ୍ରାୟ ୧ଟା ବେଳେ ପୋଲିସ ଡିପିଏମ୍‌ଙ୍କ ସରକାରୀ କ୍ୱାର୍ଟର୍ସକୁ ଯାଇ ତଦନ୍ତ କରିଥିଲା। ପରେ ଗିରଫ ଅଭିଯୁକ୍ତ ଚାନ୍ଦ ନିଜ ବୟାନ ବଦଳାଇବାରୁ ଡିପିଏମ୍‌ ସାହୁଙ୍କୁ ପୋଲିସ ଛାଡି ଦେଇଥିଲା।

ଏ ନେଇ ସଦର ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ଅଭିଯୁକ୍ତଙ୍କ କହିବା ପ୍ରକାରେ ଡିପିଏମ୍‌ଙ୍କୁ ପଚରାଉଚରା କରାଯିବା ସହ ତାଙ୍କ ସରକାରୀ କ୍ୱାର୍ଟର୍ସରେ ଯାଞ୍ଚ କରାଯାଇଥିଲା । ସେଠାରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଅନୁସାରେ ସେ ଶନିବାର ସନ୍ଧ୍ୟାରୁ ଘରୁ ବାହାରି ନ ଥିବା ଦେଖାଯାଇଛି। ଫୋନ କଲରେ ମଧ୍ୟ ସେପରି କିଛି ତଥ୍ୟ ମିଳିନାହିଁ । ତେଣୁ ତାଙ୍କୁ ଛଡାଯାଇଛି । ଆବଶ୍ୟକ ପଡିଲେ ପୁଣି ଡିପିଏମ୍‌ଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଏସ୍‌ଡିପିଓ କହିଛନ୍ତି। ଲୁଟ ଉଦ୍ୟମ ନେଇ ଫୁଲବାଣୀ ଏଟିଏମ୍‌ ଚ୍ୟାନେଲ ମ୍ୟାନେଜର ମନୋରଞ୍ଜନ ଥିଉଙ୍କ ଏତଲା ଅନୁସାରେ ପୋଲିସ ଏକ ମାମଲା(ନଂ.୫/୨୪) ରୁଜୁ କରାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସାଇବର ଠକେଇରୁ କେମିତି ରହିବେ ସୁରକ୍ଷିତ: ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ପାଳିତ

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଅବସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଆଜି ଲଘୁୁଚାପକୁ ଫେରିବ ଅବପାତ, ଏହି ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୫।୮ (ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଶନିବାର ସୁଦ୍ଧା ଅବପାତଟି ଦୁର୍ବଳ ହୋଇ ପୁଣି ଲଘୁଚାପ କ୍ଷେତ୍ରକୁ ଫେରିବାର…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri