Categories: ଜାତୀୟ

କେଜରିୱାଲଙ୍କ ଘର ଉପରକୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଭାଜପା କଲା ସମ୍ମାନୀତ, ଏଏପି କହିଲା ଭାଜପା ଗୁଣ୍ଡା ପାର୍ଟି

ନୂଆଦିଲ୍ଲୀ,୧୬ ।୪: ଆମ ଆଦମୀ ପାର୍ଟି(ଏଏପି)ର ବରିଷ୍ଠ ନେତା ଆତିଶ ଏକ ପ୍ରେସ କନଫରେନ୍ସରେ ପ୍ରକାଶ କରିଛନ୍ତି କି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ଉପରକୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଭାରତୀୟ ଜନତା ପାର୍ଟି(ଭାଜପା) ସମ୍ମାନୀତ କରିଛି । ଏମିତି କରି ଭାଜପା ତା’ର ଅସଲ ଚେହେରାକୁ ଦେଶବାସୀଙ୍କୁ ଦେଖାଇଦେଇଛି । ଭାଜପା ଗୁଣ୍ଡା ପାର୍ଟି ବୋଲି ପ୍ରମାଣ କରିଦେଇଛି । ଆତିଶ ଅଭିଯୋଗ ଆଣି କହିଛନ୍ତି କି ଭାଜପା ଦିଲ୍ଲୀର ପ୍ରଦେଶ ଅଧ୍ୟକ୍ଷ ଆଦେଶ ଗୁପ୍ତା ପ୍ରଦେଶ କାର୍ଯ୍ୟାଳୟରେ ଏସବୁ ଗୁଣ୍ଡା ଓ ଲଫଙ୍ଗାଙ୍କୁ ମାଳ ପିନ୍ଧାଇ ସମ୍ମାନୀତ କରିଛନ୍ତି ଓ ପ୍ରଶଂସା କରିଛନ୍ତି ।
ଆତିଶ କହିଛନ୍ତି ଏହା ଭାରତୀୟ ଜନତା ପାର୍ଟି ନୁହେଁ ଗୁଣ୍ଡା ପାର୍ଟି । ବଳାତ୍କାରୀଙ୍କୁ ସମ୍ମାନୀତ କରି ଆଗକୁ ବଢାଉଛନ୍ତି । ଏହି ଗୁଣ୍ଡାମାନଙ୍କୁ ସମ୍ମାନୀତ କରି ଭାଜପା ଦେଶର କର୍ମୀଙ୍କୁ ଏହି ସଙ୍କେତ ଦେଇଛି କି ଯେତେ ଗୁଣ୍ଡାଗର୍ଦ୍ଦି କରିବ ସେ ସେତେ ପ୍ରୋତ୍ସାହନ ଦେବ । ସେ ଆହୁରି ମଧ୍ୟ କହିଛନ୍ତି ଭାଜପା ଗୁଣ୍ଡା, ବଳାତ୍କାରି, କିଡନାପ କରୁଥିବା ଲୋକଙ୍କୁ ପ୍ରୋତ୍ସାହନ ଦେଉଛି ।

Share