Posted inଜାତୀୟ

ଅତିକ ଏବେ କଏଦୀ ନମ୍ବର ୧୭୦୫୨

ପ୍ରୟାଗରାଜ,୩୧ ।୩: ସାବରମତି ଜେଲରେ ଅତିକ ଅହମଦ ଏବେ କଏଦୀ ନମ୍ବର ୧୭୦୫୨ ଭାବେ ପରିଚିତ ହେବେ । ସଜା ଭୋଗୁଥିବା କଏଦୀ ଭାବେ ଶୁକ୍ରବାର ଜେଲ ପ୍ରଶାସନ ଅତିକଙ୍କ ନମ୍ବର ଜାରି କରିଛନ୍ତି । ସେ ଏବେ କଏଦୀଙ୍କ ପୋଷାକ ପିନ୍ଧିବେ ଓ ଜେଲରେ ଅନ୍ୟ କଏଦୀଙ୍କ ଭଳି କାମ ବି କରିବେ । ତାଙ୍କ ସାମ୍ନାରେ ଜେଲ ମାନୁଆଲ ହିସାବରେ ବିଭିନ୍ନ କାମର ସୂଚି ଦିଆଯାଇଛି । ଯେଉଁ କାମକୁ ସେ ବାଛିବେ ଅତିକ ସେହି କାମ କରିବେ ।
ସୂଚନାଯୋଗ୍ୟ, ପ୍ରୟାଗରାଜର ଏମପିଏମଏଲଏ କୋର୍ଟ ଉମେଶ ପାଲ ଅପହରଣ ମାମଲାରେ ଅତିକ ଅହମଦ ସମେତ ୩ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି । କୋର୍ଟର ରାୟ ପରେ ଅତିକ ଅହମଦଙ୍କୁ ପୋଲିସ ଟିମ ବୁଧବାର ରାତି ପ୍ରାୟ ସାଢେ ୮ଟାରେ ସାବରମତି ଜେଲରେ ପହଞ୍ଚାଇ ଦେଇଥିଲେ । ଏହାସହ ପୋଲିସ ଜେଲ ପ୍ରଶାସନକୁ ଅତିକଙ୍କ ଆଜୀବନ କାରାବାସ ସମ୍ବନ୍ଧିତ କାଗଜପତ୍ର ହସ୍ତାନ୍ତର କରିଥିଲେ ।
ରାତିରେ ଅତିକଙ୍କୁ ପୁରୁଣା ବାରାକକୁ ପଠାଇ ଦିଆଯାଇଥିଲା । ଗୁରୁବାର ସାବରମତି ଜେଲ ଅଧିକାରୀ ଅତିକଙ୍କୁ ସଜାପ୍ରାପ୍ତ କଏଦୀ ଭାବେ ବାରକ ଯୋଗାଇ ଦେଇଥିଲେ । ସେ କଏଦୀ ନମ୍ବର ୧୭୦୫୨ ଭାବେ ପରିଚିତ ହେବେ ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri