Categories: ଜାତୀୟ

ପ୍ରୟାଗରାଜ କୋର୍ଟରେ ହାଜର ହେବେ ଅତିକ-ଅଶରଫଙ୍କ ହତ୍ୟାକାରୀ, ପୋଲିସ ମାଗିଛି ୧୪ ଦିନିଆ ରିମାଣ୍ଡ

ପ୍ରୟାଗରାଜ,୧୯।୪: ମାଫିଆ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କ ହତ୍ୟାକରୀଙ୍କୁ କଡା ସୁରକ୍ଷା ବ୍ୟବସ୍ଥାରେ ପ୍ରୟାଗରାଜର ସିଜେଏମ କୋର୍ଟ ନିଆଯାଉଛି। ଏହି କୋର୍ଟରେ ମାମଲା ସହ ଜଡିତ ଓକିଲଙ୍କ ବ୍ୟତୀତ ଅନ୍ୟ କୌଣସି ଓକିଲଙ୍କୁ ପ୍ରବେଶ ଅନୁମତି ଦିଆଯାଇ ନାହିଁ। ମିଳିଥିବା ବିଶେଷ ସୂଚନା ଅନୁଯାୟୀ, ପୋଲିସ କୋର୍ଟରେ ୩ ଅପରାଧିଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଦାବି କରିଛି। ତିନି ଅଭିଯୁକ୍ତ ହେଲେ ଅବଲେଶ, ଅରୁଣ ଓ ସନି। ଏବେ ଏମାନେ କୋର୍ଟ ଭିତରେ ରହିଛନ୍ତି।

Share