ଡିଭାଇଡରରେ ପିଟିହେଲା ଅତିକ ଅହମ୍ମଦଙ୍କ ପୁଅଙ୍କ କାର: ଚାଲିଗଲା ଜୀବନ

ଲକ୍ଷ୍ନୌ,୬।୮: ଏକ ସଡ଼କ ଦୁର୍ଘଟଣାରେ ଅତିକ ଅହମ୍ମଦଙ୍କ ପୁଅ ଅବନ ଅହମ୍ମଦଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଝାନ୍ସୀର ପୁଞ୍ଚ ଥାନା ଅଞ୍ଚଳରେ ଏକ ହାଇୱେ ଡିଭାଇଡରରେ କାର ଧକ୍କା ଦେବାରୁ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତେ ପ୍ରୟାଗରାଜରୁ ଝାନ୍ସୀ ଜେଲରେ ବନ୍ଦୀ ଅଲି ଅହମ୍ମଦଙ୍କୁ ଭେଟିବାକୁ ଯାଉଥିଲେ।

ଧକ୍କା ଏତେ ତୀବ୍ର ଥିଲା ଯେ କାରର ଆଗ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ସୂଚନା ପାଇବା ପରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲା। ଅଲି ଅହମ୍ମଦଙ୍କୁ ଅକ୍ଟୋବର ୧, ୨୦୨୫ ରେ ନୈନି ଜେଲରୁ ଝାନ୍ସୀ ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

ମାଫିଆ ଅତିକଙ୍କ ପୁଅ ଅଲି ଅହମ୍ମଦଙ୍କୁ ୧ ଅକ୍ଟୋବର ୨୦୨୫ରେ ନୈନି ଜେଲରୁ ଝାନସି ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ଅତିକ ଅହମ୍ମଦଙ୍କର ପାଞ୍ଚ ପୁଅ ଥିଲେ। ସେଥିମଧ୍ୟରୁ ଜଣେ ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିଲେ। ତାଙ୍କର ଦୁଇ ପୁଅ ଏବେ ବି ସ୍କୁଲରେ ପଢୁଛନ୍ତି।

 

Dharitri – Odisha’s No.1 Odia Daily