ଅଧାପନ୍ତରିଆ ଶିଶୁ ପାର୍କ କାର୍ଯ୍ୟ ଆରମ୍ଭ

ବ୍ରହ୍ମପୁର ଅଫିସ୍‌,୨୦ା୩:ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ୧୯ ନଂ ୱାର୍ଡ ଅନ୍ତର୍ଗତ ଖଲାସୀ ସାହି ଛକରେ ଅଧାପନ୍ତରିଆ ଶିଶୁ ପାର୍କ ନେଇ ଗତ ୧୪ ତାରିଖରେ ଧରିତ୍ରୀରେ ପ୍ରକାଶ ପାଇବା ପରେ ବିଇଏମସି ପକ୍ଷରୁ ତପତ୍ରତା ଦେଖାଦେଇଛି। ବିଇଏମ୍‌ସି ପକ୍ଷରୁ ବର୍ତ୍ତମାନ ଉକ୍ତ ପାର୍କରେ ଶିଶୁମାନେ ଦୋଳି ଖେଳିବା ସ୍ଥାନରେ ପେଭର ବ୍ଲକ ପକାଯାଇଛି। ଏଥିସହ ଶିଶୁ ପାର୍କର ଉନ୍ନତିକରଣ ନେଇ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି। ସୂଚନାଥାଉ କି, ବିଇଏମ୍‌ସି ପକ୍ଷରୁ ମୁକ୍ତା ଯୋଜନା ଅଧୀନରେ ସହରରେ ୬୫ଟି ଶିଶୁ ଉଦ୍ୟାନ ପାଇଁ ୨ କୋଟି ୪୪ଲକ୍ଷ ବ୍ୟୟ ଅଟକଳ ରହିଛି। କିନ୍ତୁ ବିଇଏମ୍‌ସି ପକ୍ଷରୁ ସହରର ଅନେକ ସ୍ଥାନରେ ଶିଶୁ ପାର୍କଗୁଡିକ ଦୀର୍ଘ ଦିନ ଧରି ଅଧପନ୍ତରିଆ ଭାବେ ପଡି ରହିଥିବା ଅଭିଯୋଗ ହେଉଛି। ଫଳରେ ଅନେକ ସମୟରେ ବହୁ ଶିଶୁ ଖେଳୁଥିବା ସମୟରେ ଆହତ ହେଉଥିବା ନଜିର ରହିଛି। ଏଣୁ ଅଧପନ୍ତରିଆ ଶିଶୁ ପାର୍କ ଗୁଡିକୁ ତୁରନ୍ତ ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।