Categories: Home Leftଖେଳ

ସ୍ବର୍ଣ୍ଣ ପଦକ ହାତଛଡ଼ା ହେବାର ବଡ଼ କାରଣ କହିଲେ ଏହି ଆଥଲେଟ୍‌

ନୂଆଦିଲ୍ଲୀ,୪ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକଧାରୀ ସେଲଭା ପ୍ରଭୁଙ୍କ ମତରେ ଫୁଡ୍‌ ପଏଜନିଂ କାରଣରୁ ସେ ଗ୍ଲାସଗୋରେ ସ୍ବର୍ଣ୍ଣ ପଦକ ହାତଛଡ଼ା କରିଛନ୍ତି। ସେଲଭା ପୁରୁଷ ଟ୍ରିପଲ ଜମ୍ପରେ ୧୬.୫୨ ମି. ଶ୍ରେଷ୍ଠ ଉଦ୍ୟମ ସହ ଭାରତର ପ୍ରବୀନ ଚିତ୍ରାଭେଲ (୧୬.୫୮ ମି.) ଓ ସ୍କଟଲାଣ୍ଡର ଜୋର୍ଡନ ସ୍କଟ (୧୬.୭୨ ମି.) ପଛକୁ ତୃତୀୟ ସ୍ଥାନରେ ରହିଥିଲେ।

ସ୍ବର୍ଣ୍ଣ ପଦକ ଜିତିବାର ଥିଲା। ମୁଁ ଶୀର୍ଷ ସଫଳତା ପାଇଁ ଆଶା ରଖିଥିଲି। କିନ୍ତୁ କ’ଣ କରାଯାଇପାରିବ। ଯେତେବେଳେ ପ୍ରତିଯୋଗିତା ଆରମ୍ଭ ହେଲା, ସେତେବେଳକୁ ମୁଁ ଫୁଡ୍‌ ପଏଜନିଂ କାରଣରୁ ଅସୁସ୍ଥ ଥିଲି। ମୁଁ ମାନସିକ ସ୍ତରରେ ମଜଭୁତ। ଏଣୁ ମୁଁ ନିଷ୍ପତ୍ତି ନେଇଥିଲି, କିଛି ବି ଘଟୁ, ମୋତେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାର ଅଛି। ମୋତେ ସୁସ୍ଥ ରହିବାର ଥିଲା। କିନ୍ତୁ ଆଗାମୀ ଥର ପାଇଁ ସର୍ବଦା ପ୍ରସ୍ତୁତ ରହିବି। ମୋ ପାଖରେ ସ୍ଥିରତା ରହିଛି। ନିର୍ଦ୍ଦିଷ୍ଟ ଦିନ ପ୍ରଦର୍ଶନ କେଉଁ ଭଳି ରହୁଛି, ତାହା ଉପରେ ସବୁ କିଛି ନିର୍ଭର କରେ। ଏବେ ମୁଁ ମୋ ଆପ୍ରୋଚ ଉପରେ କାମ କରିବାକୁ ଚାହେଁ’ ବୋଲି ସେଲଭା ପ୍ରକାଶ କରିଛନ୍ତି।