୧୦୦୦୦ ଘଣ୍ଟାରେ ତିଆରି ହୋଇଛି ଆଥିୟାଙ୍କ ବିବାହ ଲେହେଙ୍ଗା, ସହଜ ନୁହେଁ ସମ୍ଭାଳିବା

ମୁମ୍ବାଇ: ବଲିଉଡ ଅଭିନେତା ସୁନିଲ ସେଟ୍ଟିଙ୍କ ଝିଅ ଆଥିୟା ସେଟ୍ଟି ଓ କ୍ରିକେଟର କେଏଲ ରାହୁଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଯୋଡି ସୁନିଲ ସେଟ୍ଟିଙ୍କ ଖଣ୍ଡାଲା ଫାର୍ମ ହାଉସରେ ନିଜ ପରିବାର ସଦସ୍ୟ ଓ ନିକଟ ସମ୍ପର୍କିୟଙ୍କ ଉପସ୍ଥିତିରେ ବିବାହ କରିଛନ୍ତି । ଏହା ଏକ ସିକ୍ରେଟ ୱେଡିଂ ହୋଇଥିଲେ ବି ଏହାର ଫାଷ୍ଟ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ କପଲଙ୍କ ଆଉଟଫିଟ ସମସ୍ତଙ୍କୁ ପସନ୍ଦ ଆସିଛି । ବିଶେଷ କରି ଆଥିୟାଙ୍କ ଲେହେଙ୍ଗା ଉପରୁ କାହାର ନଜର ଯେମିତି ହଟୁନାହିଁ । ଏହା ବିଶେଷ ଭାବେ ଅନାମିକା ଖାନ୍ନାଙ୍କ ଦ୍ୱାରା ଡିଜାଇନ କରାଯାଇଛି ।

ଅନାମିକା ଖାନ୍ନା ଭୋଗକୁ ଦେଇଥିବା ଏକ ସାକ୍ଷାତକାରେ ଆଥିୟାଙ୍କ ବ୍ରାଇଡାଲ ଲେହେଙ୍ଗାର ଡିଟେଲ୍ସ ଶେୟାର କରିଛନ୍ତି । ସେ କହିଛନ୍ତି, ଚିକନକାରୀର ଏକ ଖୁବ ସୁନ୍ଦର ପିସ ତିଆରି କରିବାକୁ ସୁଯୋଗ ମିଳିଥିଲା, ଯେଉଁଥିରେ ଜାଲିର କାମ ଓ ଜରଦୋଜି ମିଶିଛି ।
ବିବାହ ପାଇଁ ଆଥିୟା ପୁରୁଣା ଗୋଲାପର ରଙ୍ଗକୁ ବାଛିଛନ୍ତି, ଯେଉଁଥିରେ ତାଙ୍କ ଲେହେଙ୍ଗାରେ କିଛି ମେଟଲ ରଙ୍ଗ ବି ମିଶିଛି । ଡିଜାଇନର କହଛନ୍ତି ଆଥିୟାଙ୍କ ଘୁଙ୍ଘଟ ଓ ଦୁପଟ୍ଟା ପାଇଁ ସିଲ୍କ ଆର୍ଗେଂଜାର ବ୍ୟବହାର କରାଯାଇଛି । ଅନାମିକା ଭୋଗ ମାଗାଜିନକୁ କହିଛନ୍ତି ଆଥିୟାଙ୍ଗ ଲେହେଙ୍ଗା ତିଆରି କରିବାକୁ ପ୍ରାୟ ୧୦୦୦୦ ଘଣ୍ଟା ସମୟ ଲାଗିଛି ।

Share