ଝିଅର ଲଭ୍‌ଷ୍ଟୋରୀକୁ ନେଇ ଏମିତି କହିଲେ ସୁନୀଲ ସେଟ୍ଟୀ

ନିକଟରେ ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର କ୍ରିକେଟର୍‌ ତଥା କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ କେ.ଏଲ ରାହୁଲ ଆଜି ୨୯ତମ ଜନ୍ମଦିନ ପାଳନ କରିଥିଲେ। ରାହୁଲଙ୍କ ଜନ୍ମଦିନରେ ସବୁଠୁ ଖାସ୍‌ ମେସଜ୍‌ ଦେଇଥିଲେ ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଆଥିୟା ସେଟ୍ଟୀ। ସେ ଇନ୍‌ଷ୍ଟାଗ୍ରାମରେ ରାହୁଲଙ୍କ ସହ ଏକ ଫଟୋ ଶେୟାର କରି କହିଥିଲେ, ମୁଁ ତୁମ ପାଇଁ କୃତଜ୍ଞ, ଜନ୍ମଦିନର ଶୁଭେଚ୍ଛା। ଆଥିଆଙ୍କ ଏହି ପୋଷ୍ଟ ଏବେ ଭାଇରାଲ ହୋଇଥିଲା। ଏହି ପୋଷ୍ଟରେ ତାଙ୍କ ପିତା ତଥା ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀ କମେଣ୍ଟ ଦେଇ ଲେଖିଥିଲେ ଏହା ସତ୍ୟ। ଏହାସହ ସେ ଏକ ଲଭ୍‌ ଇମୋଜୀ ମଧ୍ୟ ଦେଇଥିଲେ। ସୁନୀଲଙ୍କ ଏହି କମେଣ୍ଟକୁ ଏବେ ୫ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ପୂର୍ବରୁ ସୁନୀଲ ଆଥିଆ ଏବଂ ରାହୁଲଙ୍କ ସମ୍ପର୍କକୁ ଗ୍ରୀନ୍‌ ସିଗ୍‌ନାଲ୍‌ ଦେଇଛନ୍ତି। ଏବେ କେ.ଏଲ ରାହୁଲ ଏବଂ ଆଥିୟାଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ଉଭୟଙ୍କୁ ଅନେକ ପାର୍ଟିରେ ମଧ୍ୟ ଏକାଠି ଦେଖିବାକୁ ମିଳେ। କିନ୍ତୁ ରାହୁଲ ଏବଂ ଆଥିୟା ନିଜ ସମ୍ପର୍କକୁ ନେଇ ଖୋଲାଖୋଲି ମତ ଦେଇ ନାହାନ୍ତି।

Share