ଆସନ୍ତା ଜାନୁୟାରୀରେ ବିବାହ କରିବେ ଆଥିଆ-ରାହୁଲ

ବଲିଉଡର ବହୁ ପ୍ରତୀକ୍ଷିତ ବିବାହ ମଧ୍ୟରୁ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲଙ୍କ ବିବାହ ରହିଛି। ଦୁହେଁ କେବେ ବିବାହ କରୁଛନ୍ତି ତାହାକୁ ନେଇ ପ୍ରଶଂସକ ଅପେକ୍ଷା କରିଛନ୍ତି। ତେବେ ଆସନ୍ତା ବର୍ଷ ଜାନୁୟାରୀରେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଖବର ରହିଛି। ଜାନୁୟାରୀ ଚତୁର୍ଥ ସପ୍ତାହ ଅର୍ଥାତ୍‌ ୨୧ରୁ ୨୩ ମଧ୍ୟରେ ଦୁହେଁ ବିବାହ କରିପାରନ୍ତି। ଏଭଳି ପରିସ୍ଥିତିରେ ବିବାହ ପାଇଁ ଆଉ କିଛି ଦିନ ବାକି ଅଛି, ତେଣୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏକ ରିପୋର୍ଟ ଅନୁଯାୟୀ, ବିବାହକୁ ନେଇ ଆଥିଆଙ୍କ ଟିମ୍‌ ସହିତ ମଧ୍ୟ ଯୋଗାଯୋଗ କରାଯାଇଥିଲା କିନ୍ତୁ ସେମାନେ ଏ ବିଷୟରେ କିଛି କହିବାକୁ ମନା କରିଦେଇଥିଲେ। ଆଥିଆ ଏବଂ ରାହୁଲଙ୍କ ବିବାହ ହଳଦୀ, ମେହେନ୍ଦି, ସଂଗୀତ ଆଦି ଦକ୍ଷିଣ ଭାରତୀୟ ବିବାହ ହେବ ବୋଲି ଏକ ସୂତ୍ରରୁ ସୂଚନା ମିଳିଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଆଥିଆ-ରାହୁଲଙ୍କ ବିବାହ ସୁନୀଲ ଏବଂ ମାନା ଶେଟ୍ଟୀଙ୍କ ଲାଭିଶ ଖଣ୍ଡାଲା ହୋମ ‘ଜହାନ’ରେ ଅନୁଷ୍ଠିତ ହେବ ବୋଲି କୁହାଯାଉଛି।

Share