ଏହି କ୍ରିକେଟରଙ୍କ ପ୍ରେମରେ ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା

ମୁମ୍ବାଇ: ସୁନୀଲ ସେଟ୍ଟୀ ଏବଂ ମାନାଙ୍କ ଝିଅ ଆଥିୟା ଏବେ ପ୍ରେମରେ ପଡ଼ିଛନ୍ତି।୨୦୧୫ରେ ନିଖିତ୍ଲ ଆଡଭାନୀଙ୍କ ରୋମାଣ୍ଟିକ୍‌ ଆକ୍ସନ ଫିଲ୍ମ ‘ହିରୋ’ରେ ଡେବ୍ୟୁ କରିଥିଲେ ଆଥିୟା। ଫିଲ୍ମଟି ୧୯୮୩ରେ ସୁଭାଷ ଘାଇଙ୍କ ସମାନ ନାମର ଫିଲ୍ମ। ଆଥିୟା ଏହି ଫିଲ୍ମରେ ସରୋଜ ପଞ୍ଚଲିଙ୍କ ସହ ଅଭିନୟ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା। ଫିଲ୍ମରେ ସିନା ବିଫଳ ହୋଇଥିଲେ ଆଥିୟା ବର୍ତ୍ତମାନ କିନ୍ତୁ ପ୍ରେମରେ ଆଗୁଆ। ସେ କ୍ରିକେଟର ଏ. ରାହୁଲଙ୍କ ସହ ଡେଟ୍‌ କରୁଥିବା ବଲିଉଡ୍‌ରେ ଜୋର୍‌ଦାର ଚର୍ଚ୍ଚା ହେଉଛି। ଛୁଟିଦିନ ହେଉ କିମ୍ବା ରାତ୍ରି ଭୋଜନ ଡେଟ୍‌ ହେଉ ଆଥିୟା ଏବଂ ରାହୁଲଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳୁଛି। ଯଦିଓ ଏପର୍ଯ୍ୟନ୍ତ ଉଭୟେ ନିଜ ସମ୍ପର୍କକୁ ସ୍ବୀକାର କରିନାହାନ୍ତି।

Share