Categories: ଖେଳ

ଓଡ଼ିଶା ସରକାରଙ୍କୁ ଅଠ୍‌ଓ୍ବାଲଙ୍କ ପ୍ରଶଂସା

ଭୁବନେଶ୍ୱର,୨୨।୨(ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ୍‌ ସୁପର ଲିଗ୍‌ରେ ସିଜନରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ନିଜର ଅନ୍ତିମ ମ୍ୟାଚ ଖେଳିବାକୁ ଥିବା ବେଳେ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ କ୍ଲବ୍‌ ସଭାପତି ରାଜ ଅଠଓ୍ବାଲ। ଏହି ଅବସରରେ ରାଜ୍ୟ ସରକାରଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ଅଠଓ୍ବାଲ। ରାଜ୍ୟ ସରକାର କ୍ରୀଡାର ଭିତ୍ତିଭୂମି ଓ ବିକାଶ ପାଇଁ ସର୍ବଦା ପ୍ରୟାସରତ। ଏହା ସହିତ ରାଜ୍ୟରେ ଖେଳାଳିଙ୍କୁ ମିଳୁଥିବା ଆତିଥେୟତାକୁ ମଧ୍ୟ ସେ ବେଶ ପ୍ରଶଂସା କରିଥିଲେ। ରାଜ୍ୟରେ ଖେଳାଳିଙ୍କ ଅଭ୍ୟାସଠୁ ଆରମ୍ଭ କରି ଖେଳାଳିଙ୍କ ରହଣି ପାଇଁ ଥିବା ହୋଟେଲ ବେଶ ଉତ୍କୃଷ୍ଟ ମାନର ବୋଲି ସେ କହିଥିଲେ। ଏହା ସହ ଆଗାମୀ ଦିନରେ ଅନେକ ନୂତନ ପ୍ରୟୋଜକଙ୍କ ସହିତ ଓଏଫ୍‌ସି ଜଡିତ ହେବା ନେଇ ସେ ସୂଚନା ଦେଇଥିଲେ। ବର୍ତ୍ତମାନ ଜିନ୍ଦଲ ଗ୍ରୁପ୍‌ ଓଏଫ୍‌ସିର ପ୍ରୟୋଜକ ରହିଛି। ଚଳିତ ସିଜିନ ଶେଷ ହେବାକୁ ବସିଥିବା ବେଳେ ଆହୁରି ଅନେକ ନୂତନ ଖେଳାଳି ଦଳ ସହିତ ଯୋଗ ଦେବା ନେଇ ସୂଚନା ଦେଇଥିଲେ କ୍ଲବ ସଭାପତି। ପ୍ରଥମ ଥର ପାଇଁ ଓଏଫ୍‌ସି ପ୍ଲେ ଅଫ୍‌ ଯୋଗ୍ୟତା ହାସଲ କରିବାକୁ ଯାଉଥିବା ବେଳେ ଦଳ ସେମି ଫାଇନାଲରେ ପ୍ରବେଶ କରିବା ତାଙ୍କର ଇଚ୍ଛା ବୋଲି କହିଛନ୍ତି ଅଠଓ୍ବାଲ।

Share