Posted inରାଜ୍ୟ

ଟିକେଟ ଲବିରେ ପ୍ରମୁଖ ଦଳର ଏକାଧିକ ଆଶାୟୀ

ବଇଣ୍ଡା, ୨୯ା୨(ପରିକ୍ଷିତ ସାହୁ): ସମ୍ବଲପୁର ଲୋକ ସଭା କ୍ଷେତ୍ର ଅଧୀନରେ ରହିଛି ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀ। ଆଠମଲ୍ଲିକ ବ୍ଲକର ୨୪ ପଞ୍ଚାୟତ ଓ ଏନ୍‌ଏସିର ୧୧ ଓ୍ବାର୍ଡ ଏବଂ କିଶୋରନଗର ବ୍ଲକର ୨୩ ପଞ୍ଚାୟତ ସହ ଅନୁଗୋଳ ବ୍ଲକର ୯ ପଞ୍ଚାୟତକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ। ଏହା ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଗତ ୨୪ ବର୍ଷ ହେବ ବିଜେଡି ଏଠାରୁ ବିଜୟୀ ହୋଇଆସୁଛି। ତେବେ ଆସନ୍ତା ନିର୍ବାଚନକୁ ନଜରରେ ରଖି ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ଏକାଧିକ ନେତା ଏବେ ଆଠମଲ୍ଲିକବାସୀଙ୍କ ବିଶ୍ୱାସ ଜିତିବାକୁ ଉଦ୍ୟମ ଚଳାଇଥିବାରୁ ଟିକେଟ୍‌ ଆଶାୟୀଙ୍କ ଭିଡ଼ ବଢ଼ୁଥିବା ଦେଖାଯାଉଛି।

୨୦୦୦ ଓ ୨୦୦୪ ନିର୍ବାଚନରେ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରୁ ବିଜେଡିର ବରିଷ୍ଠ ନେତା ନଗେନ୍ଦ୍ର ପ୍ରଧାନ ବିଜୟୀ ହୋଇଥିଲେ। ୨୦୦୯ ଓ ୨୦୧୪ରେ ବିଜେଡି ସଞ୍ଜୀବ ସାହୁଙ୍କୁ ପ୍ରାର୍ଥୀ କରିବା ସହ ଏହି ନିର୍ବାଚନମଣ୍ଡଳୀକୁ ନିଜ କବ୍‌ଜାରେ ରଖିଥିଲା। ହେଲେ ୨୦୧୯ ମସିହାରେ ବିଜେଡି ରଣନୀତି ବଦଳାଇ ଛାମୁଆ ନେତାଙ୍କ ପରିବର୍ତ୍ତେ ପ୍ରଶାସନିକ ଅଧିକାରୀ ରମେଶ ଚନ୍ଦ୍ର ସାଏଙ୍କୁ ଟିକେଟ୍‌ ଦେଇ ସର୍ବାଧିକ ଭୋଟ ପାଇବାରେ ସକ୍ଷମ ହୋଇଥିଲା। ତେଣୁ ଆଗକୁ ବିଜେଡିର ଆଭିମୁଖ୍ୟ ଏଠାରେ କିପରି ରହିବ ତାହା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବର୍ତ୍ତମାନର ବିଧାୟକ ରମେଶ ଆସନ୍ତା ନିର୍ବାଚନରେ ପୁଣି ଦଳୀୟ ପ୍ରାର୍ଥୀ ହେବେ ବୋଲି ଦୃଢ଼ ଆଶାବାଦୀ। ତାଙ୍କ ବ୍ୟତୀତ ଦଳରୁ ଆହୁରି ୪ ଜଣ ଟିକେଟ୍‌ ପାଇଁ ଆଶାୟୀ ତାଲିକାରେ ରହିଛନ୍ତି। ସେମାନେ ହେଲେ ପୂର୍ତ୍ତ ବିଭାଗର ପୂର୍ବତନ ସଚିବ ତଥା ବରିଷ୍ଠ ନେତା ନଳିନୀକାନ୍ତ ପ୍ରଧାନ, ଆଇନଜୀବୀ ଅଞ୍ଜନ କୁମାର ପ୍ରଧାନ, ଜିଲା ମହିଳା ବିଜେଡି ସଭାପତି ବିଦ୍ୟୁତ୍‌ଲତା ପ୍ରଧାନ ଓ ସାମାଜିକ କର୍ମୀ ଅର୍ଜୁନ ସାହୁ। ୨୦୧୯ରେ ବିଜେଡି ନଳିନୀଙ୍କୁ ସମ୍ବଲପୁରରୁ ଏମ୍‌ପି ପ୍ରାର୍ଥୀ କରିଥିଲା। ହେଲେ ସେ ବିଜୟୀ ହୋଇପାରି ନ ଥିଲେ। ତେଣୁ ଏଥର ଲୋକ ସଭା ଆସନ ପରିବର୍ତ୍ତେ ସେ ଆଠମଲ୍ଲିକ ବିଧାନସଭା ଆସନ ଉପରେ ଆଖି ପକାଇଛନ୍ତି। କିଛିଦିନ ହେଲା ବିଧାୟକ ସାଏ ଓ ନଳିନୀଙ୍କ ମଧ୍ୟରେ ସମ୍ପର୍କ ଫିକା ପଡ଼ିଥିବା ବେଳେ ଦୁହେଁ ନିଜ ନିଜ ସ୍ତରରେ ନିର୍ବାଚନମଣ୍ଡଳୀରେ ବ୍ୟାପକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେହିପରି ଭାଜପା ଆସନ୍ତା ବିଧାନସଭା ନିର୍ବାଚନରେ କିପରି ଏଠାରୁ ବିଜୟୀ ହେବ ସେ ନେଇ ରଣକୌଶଳ ସ୍ଥିର କରିବାରେ ଲାଗିପଡ଼ିଛି। ଏହି ଦଳରେ ମଧ୍ୟ ଏକାଧିକ ଆଶାୟୀ। ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିବା ବରିଷ୍ଠ ନେତା ସଞ୍ଜୀବ ସାହୁ ଦଳୀୟ ପ୍ରାର୍ଥୀ ହେବାକୁ ଯୋଜନା କରିଥିବା ବେଳେ ଗତ ୩ଥରର ପ୍ରାର୍ଥୀ ବରିଷ୍ଠ ନେତା ଭାଗୀରଥି ପ୍ରଧାନ ମଧ୍ୟ ଟିକେଟ ପାଇଁ ଆଶାୟୀ ଅଛନ୍ତି। ତାଙ୍କ ବ୍ୟତୀତ ଯୁବ ଭାଜପା କର୍ମୀ ସଂଗ୍ରାମ ମିଶ୍ର ଟିକେଟ୍‌୍‌ ପାଇଁ ଉଦ୍ୟମ ଚଳାଇଛନ୍ତି। ଅନ୍ୟପକ୍ଷରେ ୨୦୦୦ ମସିହା ପୂର୍ବରୁ ଆଠମଲ୍ଲିକକୁ ନିଜ ଗଡ଼ କରିଥିବା କଂଗ୍ରେସରୁ ୨ ଥର ବିଧାୟକ ପ୍ରାର୍ଥୀ ହୋଇଥିବା ବିଜୟାନଦ ଚାଉଳିଆ ଏଥର ମଧ୍ୟ ଟିକେଟ୍‌ ପାଇଁ ଆଶା ବାନ୍ଧି ଥିବାବେଳେ ବରିଷ୍ଠ କଂଗ୍ରେସ ନେତା ତଥା ଓକିଲ ସଂଘ ସଭାପତି ସୁଶାନ୍ତ ମହାପାତ୍ର ଟିକେଟ ପାଇଁ ଅନ୍‌ଲାଇନ ମାଧ୍ୟମରେ ଆବେଦନ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri