ମାଗଣାରେ ମିଳିବାରୁ ଖାଇଗଲେ ଓ୍ବାଶିଂ ପାଉଡର, ପରେ ହେଲା ଏପରି…

ତାଇପେ,୧୦।୧ : ତାଇୱାନ ଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ, ତାଇୱାନରେ ନିର୍ବାଚନ ପ୍ରଚାର ସମୟରେ ୩ ଜଣ ବ୍ୟକ୍ତ ଭୁଲରେ ଓ୍ବାଶିଂ ପାଉଡର ଖାଇଦେଇଥିଲେ। ଯାହା ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଠିକ ସମୟରେ ଚିକିତ୍ସା ଯୋଗୁ ସେମାନଙ୍କର ଜୀବନ ରକ୍ଷା ପାଇଥିଲା। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ନିର୍ବାଚନ ସମୟରେ ଲୋକଙ୍କ ମାଗଣାରେ ଓ୍ବାଶିଂ ପାଉଡର ବଣ୍ଟନ କରାଯାଇଥିଲା। ଲୋକମାନେ ଏହାକୁ କ୍ୟାଣ୍ଡି ବୋଲି ଭାବି ଖାଇଥିଲେ।

ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁଯାୟୀ ପୀଡିତଙ୍କ ମଧ୍ୟରୁ ଜଣେ କହିଛନ୍ତି ସେ ଏହାକୁ କ୍ୟାଣ୍ଡି ବୋଲି ଭାବିଥିଲେ। ଏହା ଓ୍ବାଶିଂ ପାଉଡର ବୋଲି ପ୍ୟାକ ଉପରେ ସ୍ପଷ୍ଟ ଭାବରେ ଲେଖାଯାଇଥିଲା। ପ୍ୟାକ ଉପରେ ଏହା ଲେଖାଯାଇଥିଲା ଯେ ପ୍ରତ୍ୟେକ ପ୍ୟାକେଟ ଆଠ କିଲୋଗ୍ରାମ ପର୍ଯ୍ୟନ୍ତ ପୋଷାକ ଧୋଇ ପାରିବ। ରିପୋର୍ଟରେ ଦର୍ଶାଯାଇଛି ଏକ ଜାତୀୟତାବାଦୀ କାର୍ଯ୍ୟାଳୟ ଏହି ଅଭିଯାନ ସମୟରେ ପ୍ରାୟ ୪୬୦,୦୦୦ ପ୍ୟାକେଟ ଓ୍ବାଶିଂ ପାଉଡର ବଣ୍ଟନ କରିଥିଲା।

ଏହି ଘଟଣା ପରେ କେନ୍ଦ୍ରୀୟ ତାଇୱାନର କାର୍ଯ୍ୟାଳୟର ମୁଖ୍ୟ କ୍ଷମା ମାଗିଛନ୍ତି। ଅଫିସ ମୁଖ୍ୟ ଏକ ଭିଡିଓ ପ୍ରସାରଣରେ କହିଛନ୍ତି ଘର ଘର ବୁଲି ଆମେ ଆଉ ଲୋକମାନଙ୍କ ମଧ୍ୟରେ ଏହିପରି ସାମଗ୍ରୀ ବଣ୍ଟନ କରିବୁ ନାହିଁ। ଆମେ ଲୋକଙ୍କୁ ମଧ୍ୟ ଜଣାଇବୁ ଯେ ଏହା କ୍ୟାଣ୍ଡ ନୁହେଁ, ବରଂ ଓ୍ବାଶିଂ ପାଉଡର।

ନ୍ୟୁଜ ଏଜେନ୍ସି ଆହୁରି ମଧ୍ୟ ଜଣାଇଛି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଦୁଇଜଣ ବ୍ୟକ୍ତି ମଧ୍ୟରେ ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧ ଏବଂ ୮୬ ବର୍ଷ ବୟସ୍କା ବୃଦ୍ଧା ଅଛନ୍ତି। ଚିକିତ୍ସା ସମୟରେ ପେଟ ସଫା କରିବା ପରେ ଉଭୟଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।

 

Share