Categories: ଫୁରସତ

ଭିଡିଓ କରୁଥିବା ବେଳେ ହଠାତ୍‌ ଲଞ୍ଚ ଉପରୁ ଡେଇଁଲା ବାଘ, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବାଘକୁ ଦେଖିବାକୁ ମିଳୁଛି। ଜଣେ ଭିଡିଓ କରୁଥିବା ବେଳେ ବାଘଟି ଲଞ୍ଚ ଉପରୁ ସିଧା ପାଣିକୁ ଡେଉଁଛି। ପରେ ପହଁରି ପହଁରି କୂଳକୁ ପଳାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share