ଅଟଳ ପେନସନ ଯୋଜନା: ବୃଦ୍ଧାବସ୍ଥା ଲାଗି ପ୍ରତି ମାସରେ ଜମା କରନ୍ତୁ ୨୧୦ ଟଙ୍କା, ୫୦୦୦ ପେନସନର ଗ୍ୟାରେଣ୍ଟି

ନୂଆଦିଲ୍ଲୀ,୨୬।୮: ସମସ୍ତେ ନିଜ ରୋଜଗାରରୁ କିଛି ସଞ୍ଚୟ କରିବାକୁ ଚେଷ୍ଟା କରନ୍ତି। ଏହାକୁ ଏପରି ସ୍ଥାନରେ ବିନିଯୋଗ କରିବାକୁ ଚାହାଁନ୍ତି, ଯାହାଫଳରେ ସେମାନଙ୍କୁ ବୃଦ୍ଧାବସ୍ଥାରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିବ ନାହିଁ। ବର୍ତ୍ତମାନ ସମୟରେ ଅନେକ ପ୍ରକାରର ପେନସନ ଯୋଜନା ଉପଲବ୍ଧ ଅଛି, କିନ୍ତୁ ସେଥିମଧ୍ୟରୁ ସରକାରଙ୍କ ଏପିଓ୍ବାଇ ଅର୍ଥାତ ଅଟଳ ପେନ୍‌ସନ ଯୋଜନା ବହୁତ ଲୋକପ୍ରିୟ। ଏହି ଯୋଜନା ୬୦ ବର୍ଷ ପରେ ସ୍ବାଧୀନରେ ଜୀବନଯାପନ ପାଇଁ ଭଲ, ଯେଉଁଥିରେ ଆପଣ ପ୍ରତି ମାସରେ ଅଳ୍ପ ପରିମାଣର ଜମା କରି ନିଶ୍ଚିତ ପେନସନ ପାଇବେ।

୨୦୧୫-୧୬ରେ ଏହା ଆରମ୍ଭ କରାଯାଇଥିଲା। ଯେଉଁମାନେ କୌଣସି ସରକାରୀ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ନାହାନ୍ତି ସେମାନେ ଏହାର ଲାଭ ଉଠାଇପାରିବେ ବୋଲି କୁହାଯାଇଥିଲା। ଏବେ ଏହି ଯୋଜନାରେ ୫ କୋଟିରୁ ଊର୍ଦ୍ଧ୍ୱ ଲୋକେ ଯୋଡ଼ି ହୋଇଛନ୍ତି।

ଏହି ଯୋଜନାରେ ମାସକୁ ଅଳ୍ପ ଟଙ୍କା ବିନିଯୋଗ କରି ଅବସର ପରେ ୧୦୦୦ରୁ ଆରମ୍ଭ କରି ୫୦୦୦ ଟଙ୍କା ଯାଏ ମାସିକ ପେନସନର ଲାଭ ଉଠାଇପାରିବେ। ଏଥିରେ ନିବେଶ ଲାଗି ବୟସସୀମା ୧୮ରୁ ୪୦ ବର୍ଷ ଅଟେ। ପ୍ରତି ମାସରେ ୫୦୦୦ ଟଙ୍କା ପେନସନ ପାଇବାକୁ ଚାହୁଁଥିଲେ ଆପଣ ଏହି ଯୋଜନାରେ ମାସକୁ ୨୧୦ ଟଙ୍କା ରଖିବାକୁ ହେବ।

ସରକାରଙ୍କ ପକ୍ଷରୁ ଗତ ମାସରେ ଏହି ସ୍କିମ୍‌ର ନିୟମରେ ପରିବର୍ତ୍ତନ କରାଯାଇଛି। ନୂଆ ନିୟମାନୁଯାୟୀ ଆୟକର ଦେଉଥିବା ଲୋକେ ଏହାର ଲାଭ ଉଠାଇପାରିବେ ନାହିଁ। କାରଣ ଏହି ଯୋଜନାଧାରୀଙ୍କୁ ଆୟକର ଛାଡ଼ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଥ୍ରୋ ବଲ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ) : ଛତ୍ରପୁର ସ୍ଥିତ କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ସିଆଇସିଏସଇ ସ୍ପୋଟର୍‌ସ ଏଣ୍ଡ ଗେମ୍ସ ପକ୍ଷରୁ ଦିନିକିଆ ଆଞ୍ଚଳିକ…

ଚାଷଜମିକୁ ଜଳସେଚନର ହେବ ସୁବିଧା : ଖୋଲିଲା ଜୟ ମଙ୍ଗଳ ଓ ଋଷିକୂଳ୍ୟାର ୧୫ ନମ୍ବର କେନାଲ

ଛତ୍ରପୁର,୧୦।୮, (ଦିଲ୍ଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ) : ଚଳିତ ଖରିଫ ଚାଷ ଋତୁରେ ଚାଷୀଙ୍କୁ ଆବଶ୍ୟକ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜୟ ମଙ୍ଗଳ କେନାଲରେ ଜଳ ଛଡ଼ାଯାଇଛି।…

ଶଶ୍ମାନ, ଠାକୁରାଣୀ ଶାଳରୁ ଜବରଦଖଲ ଉଚ୍ଛେଦ ଦାବି

ପାଟଣା,୧୦ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀ କାପୁଡ଼ି ଗାଁ ତେନ୍ତେଳା ଗ୍ରାମର ଶ୍ମଶାନ ଓ ଠାକୁରାଣୀ ଶାଳରେ ଉକ୍ତ ଗ୍ରାମର ସୁଦାମ ମହାନ୍ତ ଓ…

ଝାଡୁ ଧରିଲେ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ଲକ୍ଷ୍ୟ ପୂରଣ ପାଇଁ ସମସ୍ତେ ଏକାଠି ହୋଇ…

ଭଞ୍ଜନଗର,୧୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ସ୍ବଚ୍ଛତା ପଖଓ୍ବାଡ଼ା ଅବସରରେ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ଓ…

ମାଛ ଜାଲରେ ଫସିଲା ବିରାଟକାୟ ଅଜଗର

ବୀରମହାରାଜପୁର, ୧୦/୮ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ସଦେଇପୁର ଗାଁ ନିକଟସ୍ଥ ଏକ ପୋଖରୀରେ ମାଛ ଧରିବା ପାଇଁ…

ରାଜ୍ୟ ପାଇଁ ଖୁସି ଖବର: ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୮ ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ…

ଚାଷୀମାରଣ ନୀତିକୁ ବିରୋଧ, ଜେଲ୍‌ଭରୋ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): କୃଷିକ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଣୀତ ବିଭିନ୍ନ ନୀତିକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି । ଏହି କ୍ରମରେ ସୋମବାର ବରଗଡ଼…

ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ରାଜେଶ ମହାରଣା, ତାଙ୍କ ସମର୍ଥକ

ଛତ୍ରପୁର, ୧୦।୮ (ବିଦ୍ୟାଧର ସାହୁ): ଛତ୍ରପୁର ନିର୍ବାଚନମଣ୍ଡଳୀର ଯୁବ ନେତା ରାଜେଶ ମହାରଣା ଓ ତାଙ୍କ ସମର୍ଥକମାନେ ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri