Categories: ବାଣିଜ୍ୟ

Atal Pension Yojana: ଏହି ସରକାରୀ ଯୋଜନାରେ ମିଳିଥାଏ ୫୦୦୦ ଟଙ୍କା ପେନସନ୍‌, ସ୍ବାମୀସ୍ତ୍ରୀ ଉଭୟ କରିପାରିବେ ନିବେଶ…

ନୂଆଦିଲ୍ଲୀ,୬।୨: କେନ୍ଦ୍ର ସରକାର ଦେଶବାସୀଙ୍କୁ ସଞ୍ଚୟ ଲାଗି ପ୍ରୋତ୍ସାହିତ କରିବା ଲାଗି ଅନେକ ପ୍ରକାର ଯୋଜନା ଚଳାଉଛନ୍ତି। ଏଥିରେ ନିବେଶ କରି ଲୋକେ ନିଜର ଭବିଷ୍ୟତକୁ ଆର୍ଥିକ ଭାବେ ସୁରକ୍ଷିତ କରିପାରିବେ। ନିଜର ବାର୍ଦ୍ଧକ୍ୟକୁ ସୁରକ୍ଷିତ କରିବା ଲାଗି ଲୋକ ଚାକିରି ସମୟରେ ନିବେଶ କରିବା ଆରମ୍ଭ କରିଦେଇଥାନ୍ତି।
କେନ୍ଦ୍ର ସରକାର ଏକ ଏଭଳି ଯୋଜନା ଚଳାଉଛନ୍ତି, ଯେଉଁଥିରେ ନିବେଶ କଲେ ଆପଣ ୬୦ ବର୍ଷ ପରେ ୫୦୦୦ ଟଙ୍କା ଯାଏ ପେନସନ୍‌ ପାଇପାରିବେ। ଏହାର ନାମ ଅଟଳ ପେନସନ ଯୋଜନା। ସ୍ବାମୀ-ସ୍ତ୍ରୀ ଉଭୟ ଏଥିରେ ନିବେଶ କରି ମାସକୁ ୧୦ହଜାର ଟଙ୍କା ପେନସନ ଉଠାଇପାରନ୍ତି।
ଅଟଳ ପେନସନ ଯୋଜନାରେ ଯୋଡ଼ି ହେବା ଲାଗି ୧୮ରୁ ୪୦ ବର୍ଷର ବୟସ  ନିର୍ଦ୍ଧାରିତ କରାଯାଇଛି। ଏହି ସ୍କ୍ରିମ୍‌ ଅଧିନରେ ପେନସନ ପାଇବା ଲାଗି ଅତିକମ୍‌ରେ ୨୦ ବର୍ଷ ଯାଏ ଟଙ୍କା ରଖିବାକୁ ପଡ଼ିଥାଏ। ଏହାପରେ ୬୦ ବର୍ଷ ହେବା ମାତ୍ରକେ ଆପଣଙ୍କୁ ପେନସନ ମିଳିବା ଆରମ୍ଭ ହୋଇଥାଏ। ସ୍କିମ ସହ ଯୋଡ଼ି ହେବା ଲାଗି ଆପଣଙ୍କ ପାଖରେ ବ୍ୟାଙ୍କ ଅଥବା ପୋଷ୍ଟ ଅଫିସରେ ଆକାଉଣ୍ଟ ଥିବା ଜରୁରୀ।
ଯଦି ଆପଣଙ୍କ ବୟସ ୨୫ ବର୍ଷ ତେବେ ଏହି ସ୍କିମ୍‌ରେ ପ୍ରତି ମାସରେ ୩୭୬ ଟଙ୍କା ନିବେଶ କରି ୫୦୦୦ ଟଙ୍କା ପେନସନ ପାଇପାରିବେ। ଅର୍ଥାତ ଦୈନିକ ଆପଣଙ୍କୁ ମାତ୍ର ୧୨ ଟଙ୍କା ଦେବାକୁ ପଡ଼ିବ। ୬୦ ବର୍ଷ ପରେ ଆପଣଙ୍କୁ ପେନସନ ମିଳିବ।
ଏଥିରେ ନିବେଶ କରିବା ଦ୍ୱାରା ଆୟକର ଛାଡ଼ ହୋଇଥାଏ। ଏହି ଯୋଜନାରେ ନିବେଶ କରି ୧.୫ଲକ୍ଷ ଯାଏ ଟିକସ ଛାଡ଼ ହୋଇପାରେ। ୨୦୧୫ରେ ଏହାର ଆରମ୍ଭ ହୋଇଥିଲେ। ସ୍କିମ୍‌ରେ ନିବେଶ ଲାଗି ଆଧାର କାର୍ଡ ଏବଂ ମୋବାଇଲ ନମ୍ବରର ଆବଶ୍ୟକତା ରହିଛି।
Share