Atal Pension Yojana: ଏହି ସରକାରୀ ଯୋଜନାରେ ମିଳିଥାଏ ୫୦୦୦ ଟଙ୍କା ପେନସନ୍‌, ସ୍ବାମୀସ୍ତ୍ରୀ ଉଭୟ କରିପାରିବେ ନିବେଶ…

ନୂଆଦିଲ୍ଲୀ,୬।୨: କେନ୍ଦ୍ର ସରକାର ଦେଶବାସୀଙ୍କୁ ସଞ୍ଚୟ ଲାଗି ପ୍ରୋତ୍ସାହିତ କରିବା ଲାଗି ଅନେକ ପ୍ରକାର ଯୋଜନା ଚଳାଉଛନ୍ତି। ଏଥିରେ ନିବେଶ କରି ଲୋକେ ନିଜର ଭବିଷ୍ୟତକୁ ଆର୍ଥିକ ଭାବେ ସୁରକ୍ଷିତ କରିପାରିବେ। ନିଜର ବାର୍ଦ୍ଧକ୍ୟକୁ ସୁରକ୍ଷିତ କରିବା ଲାଗି ଲୋକ ଚାକିରି ସମୟରେ ନିବେଶ କରିବା ଆରମ୍ଭ କରିଦେଇଥାନ୍ତି।
କେନ୍ଦ୍ର ସରକାର ଏକ ଏଭଳି ଯୋଜନା ଚଳାଉଛନ୍ତି, ଯେଉଁଥିରେ ନିବେଶ କଲେ ଆପଣ ୬୦ ବର୍ଷ ପରେ ୫୦୦୦ ଟଙ୍କା ଯାଏ ପେନସନ୍‌ ପାଇପାରିବେ। ଏହାର ନାମ ଅଟଳ ପେନସନ ଯୋଜନା। ସ୍ବାମୀ-ସ୍ତ୍ରୀ ଉଭୟ ଏଥିରେ ନିବେଶ କରି ମାସକୁ ୧୦ହଜାର ଟଙ୍କା ପେନସନ ଉଠାଇପାରନ୍ତି।
ଅଟଳ ପେନସନ ଯୋଜନାରେ ଯୋଡ଼ି ହେବା ଲାଗି ୧୮ରୁ ୪୦ ବର୍ଷର ବୟସ  ନିର୍ଦ୍ଧାରିତ କରାଯାଇଛି। ଏହି ସ୍କ୍ରିମ୍‌ ଅଧିନରେ ପେନସନ ପାଇବା ଲାଗି ଅତିକମ୍‌ରେ ୨୦ ବର୍ଷ ଯାଏ ଟଙ୍କା ରଖିବାକୁ ପଡ଼ିଥାଏ। ଏହାପରେ ୬୦ ବର୍ଷ ହେବା ମାତ୍ରକେ ଆପଣଙ୍କୁ ପେନସନ ମିଳିବା ଆରମ୍ଭ ହୋଇଥାଏ। ସ୍କିମ ସହ ଯୋଡ଼ି ହେବା ଲାଗି ଆପଣଙ୍କ ପାଖରେ ବ୍ୟାଙ୍କ ଅଥବା ପୋଷ୍ଟ ଅଫିସରେ ଆକାଉଣ୍ଟ ଥିବା ଜରୁରୀ।
ଯଦି ଆପଣଙ୍କ ବୟସ ୨୫ ବର୍ଷ ତେବେ ଏହି ସ୍କିମ୍‌ରେ ପ୍ରତି ମାସରେ ୩୭୬ ଟଙ୍କା ନିବେଶ କରି ୫୦୦୦ ଟଙ୍କା ପେନସନ ପାଇପାରିବେ। ଅର୍ଥାତ ଦୈନିକ ଆପଣଙ୍କୁ ମାତ୍ର ୧୨ ଟଙ୍କା ଦେବାକୁ ପଡ଼ିବ। ୬୦ ବର୍ଷ ପରେ ଆପଣଙ୍କୁ ପେନସନ ମିଳିବ।
ଏଥିରେ ନିବେଶ କରିବା ଦ୍ୱାରା ଆୟକର ଛାଡ଼ ହୋଇଥାଏ। ଏହି ଯୋଜନାରେ ନିବେଶ କରି ୧.୫ଲକ୍ଷ ଯାଏ ଟିକସ ଛାଡ଼ ହୋଇପାରେ। ୨୦୧୫ରେ ଏହାର ଆରମ୍ଭ ହୋଇଥିଲେ। ସ୍କିମ୍‌ରେ ନିବେଶ ଲାଗି ଆଧାର କାର୍ଡ ଏବଂ ମୋବାଇଲ ନମ୍ବରର ଆବଶ୍ୟକତା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରବାର ନମାଜ ସମୟରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୨ ମୃତ

ଇସଲାମାବାଦ,୬।୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ସିଆ ମସଜିଦ, କସର୍‌-ଏ-ଖାଦିଜାତୁଲ କୁବ୍ରାରେ ଶୁକ୍ରବାର ନମାଜ ପାଠ ସମୟରେ ଏକ ଆତ୍ମଘାତୀ ବିସ୍ଫୋରଣ…

୪ ଦିନ ଚଳଚଞ୍ଚଳ ରହିବ ପଦ୍ମନାଭପୁର, ଆଜି ଲକ୍ଷ୍ମୀନୃସିଂହ ମନ୍ଦିରରେ…

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ…

ଅସ୍ତ୍ରଶସ୍ତ୍ର ସହ ପୋଲିସ ଆଗରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ଫୁଲବାଣୀ,୬।୨: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ମାଓବାଦୀ ସଙ୍ଗଠନ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାନେଇ କନ୍ଧମାଳ ପୋଲିସ ନିକଟରେ ଶୁକ୍ରବାର ୪ଜଣ ମାଓବାଦୀ…

Vaibhav Suryavanshi: ପୁଣି ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୧୯ ବର୍ଷରୁ କମ ଏକଦିବସୀୟ ବିଶ୍ୱକପର ଫାଇନାଲ ମ୍ୟାଚ ଚାଲିଛି। ଭାରତୀୟ ଅଧିନାୟକ ଆୟୁଷ ମହାତ୍ରେ ଟସ ଜିତି ପ୍ରଥମେ…

Love-Relationshipକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି ଦେଲେ ସୁପ୍ରିମକୋର୍ଟ: ବ୍ରେକଅପ ପରେ ବଳାତ୍କାର ଅଭିଯୋଗ…

ନୂଆଦିଲ୍ଲୀ,୬।୨: ସୁପ୍ରିମକୋର୍ଟ ଗୁରୁବାର (ଫେବୃଆରୀ ୫, ୨୦୨୬) ଦିନ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ସମ୍ପର୍କ ଖରାପ ହେବା କିମ୍ବା ଭାଙ୍ଗିବା…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ ନିଶା: ଗିରଫ ଭୟରେ ଆଗୁଆ ଜାମିନ ଆବେଦନ ପରେ ଏବେ…

ବଲାଙ୍ଗୀର,୬ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ…

ବରଗଡ଼ ସିଭିଲ କୋର୍ଟକୁ ବୋମା ଧମକ, ଛାନିଆ ହୋଇ ବାହାରକୁ ଚାଲିଆସିଲେ…

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ କୋର୍ଟକୁ ଶୁକ୍ରବାର ମିଳିଥିବା ବୋମା ଧମକ ହଇଚଇ ସୃଷ୍ଟି କରିଛି। ବରଗଡ଼ ସିଭିଲ କୋର୍ଟକୁ ମଧ୍ୟ ଇ-ମେଲରେ ଏଭଳି ଧମକ ଆସିଛି।…

କେରଳରେ ଯୁବ ଚାଷୀଙ୍କ ମୃତ୍ୟୁ ଘଟଣା: ପ୍ରଶାସନ ପରେ ବଢୁଛି ସହାୟତାର ହାତ

ଲୋଇସିଂହା,୬।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସନଅଗାଁ(କ) ଗ୍ରାମର ଯୁବ ଚାଷୀ ବଳରାମ ପଧାନ ତାଙ୍କ ଖରିଫ ଧାନ ବିକ୍ରି ଟଙ୍କା କୌଣସିକାରଣବଶତଃ କେରଳରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri