ବାଜପେୟୀଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍‌

ବମ୍ବେ: ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନକାହାଣୀ ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର। ପ୍ରଯୋଜକ ସନ୍ଦୀପ ସିଂହ ଏହାର ପୋଷ୍ଟର ଶେୟାର କରି ବାୟୋପିକ୍‌ ନେଇ କରିଛନ୍ତି ଘୋଷଣା।

ଇନଷ୍ଟାଗ୍ରାମରେ ସନ୍ଦୀପ ଲେଖିଛନ୍ତି, ବାଜପେୟୀ ଭାରତର ରାଜନୈତିକ ଇତିହାସର ମହାନ ନେତାଙ୍କ ମଧ୍ୟରୁ ଜଣେ। ସେ ନିଜ ଶବ୍ଦରେ ଶତ୍ରୁଙ୍କ ହୃଦୟ ବି ଜିଣି ନେଉଥିଲେ। ବେଶ ସକରାତ୍ମକ ଢ଼ଙ୍ଗରେ ସେ ଦେଶର ନେତୃତ୍ୱ ନେଇଥିଲେ। ଜଣେ ଫିଲ୍ମନିର୍ମାତା ହୋଇଥିବା ହେତୁ ତାଙ୍କ ଜୀବନକାହାଣୀକୁ ଲୋକଲୋଚନକୁ ଆଣିବା ନେଇ ଚିନ୍ତା କରିଛି। ଫଳରେ ରାଜନୈତିକ ବିଚାରଧାରା ସହ ମାନବୀୟ ଗୁଣର ନିଦର୍ଶନ କରିହେବ। କାହିଁକି ସେ ବିରୋଧୀଙ୍କ ସବୁଠାରୁ ପ୍ରିୟ ଏବଂ ଦେଶର ସବୁଠାରୁ ପ୍ରଗତିଶୀଳ ପ୍ରଧାନମନ୍ତ୍ରୀ ହୋଇଥିଲେ ତାହା ସମସ୍ତେ ଜାଣିବେ।

ଫିଲ୍ମର ନାମ’ ମେ ରହୁ ୟା ନା ରହୁଁ ୟେ ଦେଶ ରହନା ଚାହିୟେ-ଅଟଳ’ ରଖାଯାଇଛି। ୨୦୨୩ରେ ଏହାର ଶୁଟିଂ ଆରମ୍ଭ ହେବ। ପରେ ବାଜପେୟୀଙ୍କ ୯୯ତମ ଜୟନ୍ତୀ ଅର୍ଥାତ କ୍ରିସମାସ୍‌ ୨୦୨୩ରେ ଏହାକୁ ରିଲିଜ କରାଯିବ। ଏଥିରେ ବାଜପେୟୀଙ୍କ ପିଲାଦିନରୁ ଆରମ୍ଭ କରି ରାଜନେତା ହେବା ଯାଏର କାହାଣୀ ଦେଖିବାକୁ ମିଳିବ।

Share