ଅତାବିରା,୨୦।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରାରେ ଚାଲିଛି ତିହାର୍ ଲୋକ ମହୋତ୍ସବ । ମଙ୍ଗଳବାର ଏହି ମହୋତ୍ସବ ତୃତୀୟ ଦିବସରେ ପହଞ୍ଚିଛି । ମହୋତ୍ସବରେ ଜିଲା ତଥା ଜିଲା ବାହାର ଅନେକ ସାଂସ୍କୃତିକ ଅନୁଷ୍ଠାନ ସାମିଲ ହୋଇଛନ୍ତି । ନାଚଗୀତ, ବାଜାଗଜାରେ ଦୁଲୁକି ଉଠୁଛି ଅତାବିରା। ଏହି ମହୋତ୍ସବ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷ ତଥା ଏକାଧିକ ପ୍ରତିଭା ମାନଙ୍କୁ ସମ୍ୱର୍ଦ୍ଧିତ କରାଯାଉଛି । ମହୋତ୍ସବ ସମିତିର ସଭାପତି ତଥା ବିଧାୟକ ନିହାର ରଞ୍ଜନ ମହାନନ୍ଦ ସଭାପତିତ୍ୱ କରୁଥିବାବେଳେ। ଆବାହକ ରବି ପଣ୍ଡା ସଭା ପରିଚାଳନା କରି ଆସୁଛନ୍ତି । ମହୋତ୍ସବ ଦେଖିବା ପାଇଁ ପ୍ରତିଦିନ ମଞ୍ଚ ସମ୍ମୁଖ ଜନ ସମୁଦ୍ର ପାଲଟୁଛି।