ବାତ ମାରିବା ସମୟରେ…

ଅପସ୍ମାର ଏକ ବାତ। ଏହି ବାତ ମାରିବା ସମୟରେ ହିଁ ରୋଗୀ ଉପରେ ନିଘା ରଖି ପ୍ରତିକାର କରିବା ପାଇଁ ପଡ଼େ। ବାତ ମାରିଲେ ରୋଗୀ ଦୁଲ୍‌କରି ପଡ଼ିଯାଇପାରେ। ତା’ର ଦେହ ଓ ମୁଣ୍ଡ ନିକଟରେ ରହିଥିବା କୌଣସି କଠିନ ପଦାର୍ଥରେ ହଠାତ୍‌ ବାଡ଼େଇ ହୋଇଯାଇପାରେ। ତେଣୁ ରୋଗୀକୁ ବାତ ମାରିବାବେଳେ ତା’ ପାଖରୁ ଚେୟାର, ଟେବୁଲ ଭଳି କଠିନ ଜିନିଷପତ୍ର ଏବଂ ଧାରୁଆ ଓ ମୁନିଆ ପଦାର୍ଥ ତୁରନ୍ତ ହଟେଇ ନେବା ଉଚିତ। ମୁଣ୍ଡ ଯେପରି ଚଟାଣରେ ବାଡ଼େଇ ନ ହେବ, ସେଥିପାଇଁ ମୁଣ୍ଡତଳେ ନରମ ପତଳା ତକିଆ ରଖିବା ନିରାପଦ। ବାତ ମାରିବା ବନ୍ଦ କରିବା ପାଇଁ ରୋଗୀକୁ ମାଡ଼ିବସି ଧରିବା ନିରାପଦ ନୁହେଁ। ରୋଗୀକୁ କଡ଼ମାଡ଼ି ଶୁଆଇଦେଲେ ତା’ର ଶ୍ୱାସକ୍ରିୟା ସାବଲୀଳ ରହେ। ତା’ର ବେକ ଓ ଅଣ୍ଟା ପାଖରୁ ବୋତାମ କି ଗଣ୍ଠି ଫିଟେଇ ହୁଗୁଳା କରିଦେବା ଆବଶ୍ୟକ। ତା’ର ପାଟିରେ କୌଣସି କାଠି କି ଚାମଚ ରଖିବା ବାଞ୍ଛନୀୟ ନୁହେଁ କି ତା’ ପାଟି ଭିତରକୁ ନିଜର ଆଙ୍ଗୁଠି ଭର୍ତ୍ତି କରିବା ନିରାପଦ ନୁହେଁ। ନିଜେ ଶାନ୍ତ ରୁହନ୍ତୁ। ଅନ୍ୟମାନଙ୍କୁ ଶାନ୍ତ ରହିବା ପାଇଁ ପରାମର୍ଶ ଦିଅନ୍ତୁ। ରୋଗୀର ବାତ ମାରିବା ବନ୍ଦ ହୋଇ ଚେତା ଫେରିଆସିଲେ ତାକୁ ସାନ୍ତ୍ୱନା ଦିଅନ୍ତୁ। ବ୍ୟସ୍ତ ନ ହେବା ପାଇଁ ବୁଝାନ୍ତୁ। କିନ୍ତୁ ବାତ ମାରିବା ବନ୍ଦ ନ ହେଲେ, ବାରମ୍ବାର ବାତ ମାରିଲେ କିମ୍ବା ଚେତା ନ ଫେରିଲେ ଆମ୍ବୁଲାନ୍ସ ଡକେଇ ରୋଗୀକୁ ତୁରନ୍ତ ହସ୍‌ପିଟାଲକୁ ନେଇଯାଆନ୍ତୁ। ପ୍ରଥମ ଥର ବାତ ମାରିଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଅପରିହାର୍ଯ୍ୟ। ଏପିଲେପ୍‌ସୀ ରୋଗୀ ସ୍ବାଭାବିକ ଜୀବନ ନିର୍ବାହ କରିପାରିବେ ଓ ଏଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯିବା ଉଚିତ। ଅଧିକାଂଶ ରୋଗୀ ବି ସାଧାରଣ ବ୍ୟାୟାମ, କ୍ରୀଡ଼ାକସରତ ଓ ସାମାଜିକ କ୍ରିୟାକଳାପରେ ଅଂଶଗ୍ରହଣ କରିପାରିବେ। କିନ୍ତୁ ସେମାନେ ଅତ୍ୟଧିକ ହାଲିଆ ହେବା ଓ ମାନସିକ ଚାପରୁ କ୍ଷାନ୍ତ ରହିବା ସ୍ପୃହଣୀୟ। ସେମାନେ ନିୟମିତ ଭୋଜନ ଓ ଶୟନ କରିବେ। କିନ୍ତୁ ମଦ୍ୟପାନ କରିବା ମନା। ସେମାନେ ସୁରୁଖୁରୁରେ ନିଜର ବୃତ୍ତିଗତ ଜୀବନ ବିତେଇପାରିବେ। କିନ୍ତୁ ଗାଡ଼ି ଚଳେଇବା ଓ ସନ୍ତରଣ କରିବା ପ୍ରତି ଅଧିକ ସତର୍କତା ଜରୁରୀ। ସବୁ ସମୟରେ ସତର୍କ ରହିବା ପ୍ରୟୋଜନ ଏବଂ ଏକାକୀ ଯିବାଆସିବା ଯଥାସମ୍ଭବ ଏଡ଼େଇ ଚଳିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri