ଜୀବନର ଶେଷ ସମୟରେ ଇୟରଫୋନ୍‌ ମଗାଇ ଏହି କଳାକାରଙ୍କ ଗୀତ ଶୁଣୁଥିଲେ ଲତା

ନିଜ କୋକିଳ ସ୍ବରର ଯାଦୁରେ ସମସ୍ତଙ୍କୁ ମୁଗ୍ଧ କରିଦେଉଥିବା ଲତା ମଙ୍ଗେସକର ଆଉ ନାହାନ୍ତି। ସେ ତାଙ୍କ ଜୀବନରେ ସଙ୍ଗୀତ ଠାରୁ ଅଧିକ ଆଉ କାହାକୁ ଭଲ ପାଇ ନାହାନ୍ତି। ସେ ସଙ୍ଗୀତ ବ୍ୟତୀତ ଆଉ କୌଣସି ଜିନିଷକୁ ଅଧିକ ଗୁରୁତ୍ୱ ଦେଇ ନ ଥିଲେ। ଆଇସିୟୁରେ ଥିବାବେଳେ ମଧ୍ୟ ସେ ଗୀତ ଶୁଣିବାକୁ ଭଲ ପାଉଥିଲେ। ଲତା ଦିଦି ଶେଷ ମୁହୂର୍ତ୍ତରେ ତାଙ୍କ ପିତା ଦିନାନାଥ ମଙ୍ଗେସକରଙ୍କୁ ମନେ ପକାଉଥିଲେ। ଲତା ଜୀଙ୍କର ଭାଇ ହୃଦୟନାଥ ମଙ୍ଗେଶକର ଏହି ସୂଚନା ଦେଇଥିଲେ। ଦିନାନାଥ ମଙ୍ଗେସକରଣେ ନାଟ୍ୟକାର ଥିଲେ। ଲତା ଜୀ ଶେଷ ମୁହୂର୍ତ୍ତରେ ତାଙ୍କ ପିତାଙ୍କ ରେକର୍ଡିଂ ମଗାଇଥିଲେ। ସେ ତାଙ୍କ ରେକର୍ଡିଂ ଶୁଣି ଗୀତ ଗାଇବାକୁ ଚେଷ୍ଟା କରୁଥିଲେ। ସେ ମାସ୍କ କାଢି ଗୀତ ଗାଉଥିଲେ। ତାଙ୍କୁ ମାସ୍କ କାଢିବାକୁ ବାରଣ କରାଯାଇଥିଲା ମଧ୍ୟ ସେ ବାରମ୍ବାର କାଢି ଗୀତ ଶୁଣୁଥିଲେ। ସେ ହସ୍ପିଟାଲରେ ମୃତ୍ୟୁର ଦୁଇ ଦିନ ପୂର୍ବରୁ ଇୟରଫୋନ ମଗାଇଥିଲେ। ଦିନାନାଥ ମଙ୍ଗେସକର କେବଳ ଲତା ଜୀଙ୍କର ପିତା ନୁହଁନ୍ତି ବରଂ ତାଙ୍କ ଗୁରୁ ମଧ୍ୟ ଥିଲେ।
ଭାରତୀୟ ଫିଲ୍ମ ଜଗତ ଆଜି ଯେଉଁ ଲୋକପ୍ରିୟତା ହାସଲ କରିଛି, ସେଥିରେ ଲତାଜୀଙ୍କ ମହତ୍ୱପୂର୍ଣ୍ଣ ଅବଦାନ ଅତୁଳନୀୟ। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ହେଉ ବା ମେଲୋଡି, ରୋମାଣ୍ଟିକ ଟ୍ରାକ ହେଉ ବା ଦୁଃଖଦ ଗୀତ। ଲତାଙ୍କ ପ୍ରତିଟି ଟ୍ରା୍‌କ୍‌ର ଗୀତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଛି। ଏଥିପାଇଁ ଲତାଙ୍କୁ ମା’ ସରସ୍ବତୀଙ୍କ ସାକ୍ଷତ ରୂପ ବୋଲି ମଧ୍ୟ କୁହାଯାଏ। ଏଥିସହ ତାଙ୍କୁ କୋକିଳ କଣ୍ଠୀ ବୋଲି ମଧ୍ୟ ଲୋକେ କୁହନ୍ତି।

Share