ଜେଏମ୍‌ଏଫ୍‌ସିଙ୍କ ଆଦେଶ ବିରୋଧରେ ଏଡିଜେଙ୍କ ଦ୍ୱାରସ୍ଥ

ନିଶ୍ଚିନ୍ତକୋଇଲି/ସାଲେପୁର,୭।୧୨(ସ୍ବ.ପ୍ର/ଡି.ଏନ୍‌.ଏ.): ମାହାଙ୍ଗା ଡବଲ ମର୍ଡର ଘଟଣା ଦିନକୁଦିନ ରୋଚକ ମୋଡ଼ ନେଉଛି। ଥାନା ଅଧିକାରୀଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିବା ସହ ଡିସେମ୍ବର ୧୦ତାରିଖ ସୁଦ୍ଧା ସିଡିଆର ରିପୋର୍ଟ ଦାଖଲ କରିବାକୁ ସାଲେପୁର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ(ଜେଏମ୍‌ଏଫ୍‌ସି) ଗତ ୪ତାରିଖରେ ଦେଇଥିବା ଆଦେଶକୁ ଚ୍ୟାଲେଞ୍ଜ କରାଯାଇଛି। ଜେଏମ୍‌ଏଫ୍‌ସିଙ୍କ ଆଦେଶ ବିରୋଧରେ ସରକାରୀ ଓକିଲ ସାଲେପୁର ଅତିରିକ୍ତ ଜିଲା ଦୌରାଜଜ୍‌(ଏଡିଜେ)ଙ୍କ ନିକଟରେ ଆବେଦନ କରିଛନ୍ତି। ଉକ୍ତ ଆବେଦନର ମଙ୍ଗଳବାର ଶୁଣାଣି ହୋଇଥିବାବେଳେ ରାୟ ସଂରକ୍ଷିତ ରହିଛି।
ସୂଚନାନୁଯାୟୀ ମାହାଙ୍ଗା ଡବଲ ମର୍ଡର ଘଟଣାରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ପୋଲିସ ବାରମ୍ବାର ସମୟ ଗଡ଼ାଇ ଚାଲିଥିବାରୁ ଜେଏମ୍‌ଏଫ୍‌ସି କୋର୍ଟ ଥାନା ଅଧିକାରୀଙ୍କୁ ବ୍ୟକ୍ତିଗତ ହାଜିରା ସହ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବ ସେନେଇ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ହେଲେ ଏହା ପୂର୍ବରୁ ସରକାରୀ ଓକିଲ ଏଡିଜେ କୋର୍ଟଙ୍କ ଦ୍ୱାରସ୍ଥ ହେବା ତଦନ୍ତ ରିପୋର୍ଟ ଦାଖଲରେ ପୁଣି ବିଳମ୍ବ ହେବାର ଆଶଙ୍କା ଦେଖା ଦେଇଛି। ଏଡିଜେ କୋର୍ଟଙ୍କ ଆଦେଶ କ’ଣ ରହିବ ସେନେଇ ଚର୍ଚ୍ଚା ଜୋର ଧରିଛି।
ମାହାଙ୍ଗା ଥାନା ନୃତାଙ୍ଗ ପଞ୍ଚାୟତ ଭାଜପା ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳଙ୍କୁ ଜାନୁୟାରୀ ୨ତାରିଖରେ ହତ୍ୟା କରାଯାଇଥିଲା। ଏନେଇ ମାମଲା ରୁଜୁ ହୋଇ ୧୩ ନମ୍ବର ଅଭିଯୁକ୍ତଙ୍କ ସ୍ଥାନରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ରହିଥିଲା। ମାତ୍ର ପରବର୍ତ୍ତୀ ସମୟରେ ପୋଲିସ ମନ୍ତ୍ରୀ ଜେନାଙ୍କ ନାମକୁ ଚାର୍ଜଶିଟରୁ କାଟି ଦେଇଥିଲା। ଏହାକୁ ବିରୋଧ କରି ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ସାଲେପୁର ଜେଏମ୍‌ଏଫ୍‌ସିରେ ଏକ ପ୍ରୋଟେଷ୍ଟ ପିଟିଶନ ଦାୟର କରିଥିଲେ। ଅଗଷ୍ଟ ୨୬ତାରିଖରେ ଉକ୍ତ ପିଟିଶନର ଶୁଣାଣି କରି କୋର୍ଟ ସାନି ତଦନ୍ତ ରିପୋର୍ଟ ଦାଖଲ କରିବାକୁ ମାହାଙ୍ଗା ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଇତିମଧ୍ୟରେ ବିଭିନ୍ନ କାରଣ ଦର୍ଶାଇ ଥାନା ଅଧିକାରୀ ସମୟ ଗଡ଼ାଉଥିବାର ଆଇଆଇସିଙ୍କୁ ବ୍ୟକ୍ତିଗତ ହାଜିରା ହେବା ପାଇଁ ଆଦେଶ ଦେଇଥିଲେ। ଏହା ସତ୍ତ୍ୱେ ଆଇଆଇସି କୋର୍ଟରେ ହାଜର ନ ହେବାରୁ ଜେଏମ୍‌ଏଫ୍‌ସି କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri